ଓମିକ୍ରନ ଆଣିପାରେ ତୃତୀୟ ଲହର । କାନପୁର ଆଇଆଇଟିର ଆକଳନ, ଫେବୃୟାରୀ ୩ ବେଳକୁ ଭାରତରରେ ଶୀର୍ଷରେ ପହଞ୍ଚିିପାରେ ସଂକ୍ରମଣ ।

171

କନକ ବ୍ୟୁରୋ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆଇଆଇଟି କାନପୁର ଓମିକ୍ରନ ଉପରେ ଏକ ନୂଆ ମଡେଲ ଆଣିଛି । ଏଥିରେ କୁହାଯାଇଛି, ଦେଶରେ ଓମିକ୍ରନ ତୃତୀୟ ଲହର ଆଣିବ ଏବଂ ଆସନ୍ତା ଫେବୃଆରୀ ୩ ତାରିଖରେ ସଂକ୍ରମଣ ଶୀର୍ଷରେ ପହଞ୍ଚିପାରେ । କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଭାରତରେ ତୃତୀୟ ଲହର ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଇଆଇଟି କାନପୁରର ଗବେଷକମାନେ କହିଛନ୍ତି । ଏଥିରେ ଆହୁରି କୁହାଯାଇଛି, ଏବେକାର କୋଭିଡ୍ ଟ୍ରେଣ୍ଡ ଅନୁସାରେ ଡିସେମ୍ବର ମଧ୍ୟ ଭାଗରୁ ସଂକ୍ରମଣ ବଢିବା ଆରମ୍ଭ ହୋଇ ସାରିଛି ।

କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ଭୟ ବଢୁଥିବା ବେଳେ ଭାରତରେ ତୃତୀୟ ଲହର ନେଇ ଆକଳନ କରିଛନ୍ତି କାନପୁର ଆଇଆଇଟିର ବୈଜ୍ଞାନିକ । ତୃତୀୟ ଲହର ଆରମ୍ଭ ଓ ଶୀର୍ଷକୁ ନେଇ ମଡେଲ ପ୍ରସ୍ତୁତ କରାଯାଇଛି । ଏହି ମଡେଲ ଅନୁସାରେ –

କାନପୁର ଆଇଆଇଟି ମଡେଲ୍

  • ଓମିକ୍ରନ ଯୋଗୁଁ ତୃତୀୟ ଲହର ଆସିପାରେ
  • ଡିସେମ୍ବର ମଧ୍ୟ ଭାଗରୁ କରୋନାର ନୂଆ ଲହର ଆରମ୍ଭ
  • ୨୦୨୨ ଫେବ୍ରୁଆରୀ ୩ ସୁଦ୍ଧା ଶୀର୍ଷରେ ପହଁଚିପାରେ ସଂକ୍ରମଣ
  • ଗସିଆନ୍ ମିକ୍ସଚର ମଡେଲ ଅନୁଯାୟୀ ଆକଳନ

ପ୍ରଥମ ଓ ଦ୍ୱିତୀୟ ଲହରର ତଥ୍ୟ

  • ବିଭିନ୍ନ ଦେଶରେ ଓମିକ୍ରନ ଜନିତ ସଂକ୍ରମଣ ଆଧାରରେ ପୂର୍ବାନୁମାନ
  • ଆମେରିକା, ବିଟ୍ରେନ, ଜର୍ମାନୀ, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ଇସ୍ରାଏଲ ଭଳି ୧୦ ଦେଶର ଦୈନିକ ସଂକ୍ରମଣକୁ ନେଇ ଆକଳନ

ପ୍ରଥମ ଓ ଦ୍ୱିତୀୟ ଲହର ଭଳି ଆଇଆଇଟି କାନପୁରର ଗବେଷକମାନେ ଗାଣିତିକ ମଡେଲକୁ ଆଧାର କରି ତୃତୀୟ ଲହର ନେଇ ଆକଳନ କରିଛନ୍ତି । ଦୁଇଟି ଲହରର ତଥ୍ୟ, ଭାରତ ସହ ଯେଉଁ ଦେଶର ସଂକ୍ରମଣର ସାମଞ୍ଜସ୍ୟ ରହିଛି, ସେହି ଦେଶର ତଥ୍ୟକୁ ନେଇ ମଡେଲ ପ୍ରସ୍ତୁତ କରାଯାଇଛି । ତେବେ ଏହାରି ଭିତରେ ଆଶ୍ୱସ୍ତିର କଲା ଭଳି ମତ ହେଇଛନ୍ତି ଗବେଷକ ଦଳର ମୁଖ୍ୟ ପ୍ରଫେସର ଏମ୍ ବିଦ୍ୟାସାଗର । ସେ କହିଛନ୍ତି, ଓମିକ୍ରନ ଯୋଗୁଁ ଭାରତରେ ତୃତୀୟ ଲହର ଆସିବ, ତେବେ ଏହା ଦ୍ୱିତୀୟ ଲହର ଅପେକ୍ଷା କମ ଘାତକ ହେବ ।