ଆଇସିଏମଆରର ଯାଂଚ ପରେ ଓଡିଶାର ପ୍ରଥମ ଆଣ୍ଟିଜେନ ଟେଷ୍ଟିଂ କିଟକୁ ମିଳିଲା ଅନୁମୋଦନ, କୋଭିଡର ସମସ୍ତ ଭାରିଆଣ୍ଟକୁ କରିବ ଚିହ୍ନଟ

84

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ରାଜ୍ୟ ପାଇଁ ଭଲ ଖବର । କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ଓଡିଶାର ପ୍ରଥମ ଆଣ୍ଟିଜେନ ଟେଷ୍ଟିଂ କିଟକୁ ଅନୁମୋଦନ ମିଳିଛି । ଏହି କିଟକୁ ତୃତୀୟ ପକ୍ଷ ଦ୍ୱାରା ଆଇସିଏମଆର ଯାଂଚ କରିଛି ।

କହିରଖୁ କି ଇଷ୍ଟର୍ଣ୍ଣ ଜୋନର ଏହା ପ୍ରଥମ କରୋନା ଭୂତାଣୁ ଚିହ୍ନଟ କିଟ ବୋଲି କୁହାଯାଇଛି । ଅନ୍ୟପଟେ ଖୁବଶୀଘ୍ର ଏହି କିଟ୍ ମାଧ୍ୟମରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବ ବୋଲି ସୂଚନା ମିଳିଛି । ସବୁଠାରୁ ବଡ କଥା କି କରୋନାର ସମସ୍ତ ଭାରିଆଣ୍ଟ ଏହି କିଟ୍ ମାଧ୍ୟମରେ ଚିହ୍ନଟ ହୋଇପାରିବ । ଇମେଜେନେକ୍ସ ଓ ଆରଏମଆରସିର ମିଳିତ ଉଦ୍ୟମରେ ଏହି କିଟ୍ ପ୍ରସ୍ତୁତ କରାଯାଇଛି ।