ହିଞ୍ଜିଳି ସାରୁ ପଞ୍ଚାୟତରେ ହାଇପ୍ରୋଫାଇଲ୍ ଫାଇଟ୍ । ବ୍ୟବସାୟୀ ଓ ଶିଳ୍ପପତି ପଞ୍ଚାୟତ ପ୍ରାର୍ଥୀ ।

112

କନକ ବ୍ୟୁରୋ: ନିର୍ବଚନ ପାଇଁ ସବୁଠି ଚଳଚଞ୍ଚଳ ପରିବେଶ । ଗଞ୍ଜାମ ଜିଲା୍ଲରେ ଅନେକ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ଶିଳ୍ପପତି ଓ ବ୍ୟବସାୟୀ ବି ଗାଁ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି । ତେବେ ହିଞ୍ଜିଳି ବ୍ଲକର ସାରୁ ପଞ୍ଚାୟତରେ ହାଇପ୍ରୋଫାଇଲ ଲଢେଇ ହେବ । ଏଠାରେ ବ୍ୟବସାୟୀ, ଶିଳ୍ପପତି ଓ ବର୍ତ୍ତମାନର ଜିଲ୍ଲା ପରିଷଦପ୍ରାର୍ଥର୍ୀ ହୋଇଛନ୍ତି ।

ମୁମ୍ବାଇରେ ଦିପକ ପ୍ଲାଷ୍ଟୋ ନାମକ ଏକ କାରଖାନାର ମାଲିକ ନିଳାଞ୍ଚଳ ଚଳିତ ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ନିଜ ଗାଁର ଶହେରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଥିବା ଏହି ବ୍ୟକ୍ତିଙ୍କ କାରଖାନାରେ କାମ କରୁଛନ୍ତି ୫ଶହ କର୍ମଚାରୀ । ସେହିଭଳି ଆଉ ଜଣେ ପ୍ରାର୍ଥୀ ହେଉଛନ୍ତି ଉମାଚରଣ ସାହୁ । ସେ ଜଣେ ବ୍ୟବସାୟୀ ଏବଂ ୬୭ ନମ୍ବର ଜୋନର ଜିଲ୍ଲା ପରିଷଦ ଅଛନ୍ତି ।

ସାରୁ ଗାଁର ବହୁ ଲୋକ ମହାରାଷ୍ଟ୍ରରେ ରହୁଛନ୍ତି । ବର୍ଷ ତମାମ ଗାଁର ୫୦ ପ୍ରତିଶତ ଲୋକଙ୍କ ଘରେ ତାଲା ଝୁଲୁଥାଏ । ନିର୍ବାଚନ କିମ୍ବା ଭୋଜି ସମୟରେ ଗାଁକୁ ଆସନ୍ତି । ଏବେ କିଛି ଲୋକ ଗାଁକୁ ଆସିଥିବା ବେଳେ ନିର୍ବାଚନ ଆଗରୁ ଆହୁରି ଅନେକ ଆସିବେ ଆଉ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।