ଇଣ୍ଟରନେଟରୁ ପଢିଲେ, ଆଇଏଏସ ହେବାର ସ୍ୱପ୍ନ ପୂରା କଲେ । ଜାଣନ୍ତୁ ୟୁପିଏଏସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଶାର ଦୁର୍ଗା ପ୍ରସାଦ, ଗୌରବ ଓ ବିଶ୍ୱଙ୍କ କାହାଣୀ ।

122

କନକ ବ୍ୟୁରୋ: ଗୌରବ ଅଗ୍ରୱାଲ, ୟୁପିଏସସିରେ ୮୬ ର୍ୟାଙ୍କ ରହିଛନ୍ତି । ସୁନ୍ଦରଗଡ ଭଳି ଏକ ଛୋଟ ସହରରେ ରହନ୍ତି ଗୌରବ । ସେ କୌଣସି ବଡ ସହରକୁ ନଯାଇ ମଧ୍ୟ ନିଜ ଘରେ ରହି, ପାଠ ପଢ଼ି ୟୁପିଏସସି ପରୀକ୍ଷାରେ ସଫଳ ହୋଇଛନ୍ତି । ସଫଳତା ପାଇବା ପରେ କହିଛନ୍ତି ସେ କେବଳ ଇଂଟରନେଟର ସହାୟତା ନେଇଥିଲେ । ଆଉ ଧର୍ଯ୍ୟର ସହ ପାଠ ପଢ଼ିଥିଲେ । ଯାହା ତାଙ୍କୁ ସଫଳତା ଆଣି ଦେଇଛି ।

ସେହିଭଳି ଦୁର୍ଗା ପ୍ରସାଦ ଅଧିକାରୀ ୟୁପିଏସସି ର୍ୟାଙ୍କ ୨୦୫ ରଖିଛନ୍ତି । ବ୍ରହ୍ମପୁର ଖଲିକୋଟ ଭଳି ଛୋଟ ସହରରେ ରହି ୟୁପିଏସ ପାଇଁ ପ୍ରସ୍ତୁତି ଚଳାଇଥିବା ଦୁର୍ଗା ପ୍ରସାଦଙ୍କୁ ପ୍ରଥମ ଚେଷ୍ଟାରେ ହିଁ ମିଳିଛି ସଫଳତା । ସବୁଠାରୁ ବଡ କଥା ହେଉଛି ସେ କୌଣସି କୋଚିଂ ସେଂଟରର ସହାୟତା ନନେଇ ଘରେ ରହି ପାଠପଢ଼ି ଏହି ସଫଳତା ପାଇଛନ୍ତି ।

ୟୁପିଏସସି ପରୀକ୍ଷାରେ ୨୩୨ ର୍ୟାଙ୍କରେ ବିଶ୍ୱ ତ୍ରିପାଠୀ ଅଛନ୍ତି । ବିନା କୋଚିଂରେ ନିଜ ଉଦ୍ୟମରେ ପଢ଼ି ସେ ବି ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ଇଂଟରନେଟରେ ପାଠ ପଢ଼ି ନିଜ ଜୀବନର ସ୍ୱପ୍ନକୁ ସାକାର କରଛନ୍ତି ।

ଏମାନଙ୍କ କାହାଣୀ ଗୋଟିଏ କଥା କହୁଛି, ଆଇଏଏସ ହେବାକୁ ଚାହୁଁଥିବା ପିଲାମାନେ ଛୋଟ ସହରରେ , ନିଜ ଗାଁରେ ରହି ବି ସେମାନଙ୍କ ସ୍ୱପ୍ନକୁ ସାକାର କରିପାରିବେ । ଏଥିପାଇଁ କେବଳ ସେମାନଙ୍କର ଇଛାଶକ୍ତି ଥିବା ଜରୁରୀ । ଧର୍ଯ୍ୟ ରଖିବା ଜରୁରୀ । ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ପାଠପଢ଼ିଲେ,ପରିଶ୍ରମ କଲେ, ସଫଳତା ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ।