ଆବାସ, ପାଇଖାନା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ହିତାଧିକାରୀ : ୧୦୮ ଆମ୍ବୁଲାନ୍ସରେ ଯାଇ ଅଭିଯୋଗ ଶୁଣାଇଲେ ଶଯ୍ୟାଶାୟୀ ବୃନ୍ଦା କବାସୀ

127

କନକ ବ୍ୟୁରୋ : ପାଇଖାନା ପାଇଁ ଆମ୍ବଲାନ୍ସରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଗଲେ ହିତାଧିକାରୀ । ଆବାସ ଘର, ପାଇଖାନା ପାଇଁ ରୋଗରେ ପିଡୀତ ଥିବା ଜଣେ ବ୍ୟକ୍ତି ଉପଜିଲ୍ଲାପାଳଙ୍କୁ ଭେଟିବାକୁ ୧୦୮ ଆମ୍ବୁଲାନ୍ସରେ ଆମ୍ବଲାନ୍ସରେ ଯାଇଛନ୍ତି ଜଣେ ବ୍ୟକ୍ତି । ଏଭଳି ଅଭାବନୀୟ ଘଟଣା ମାଲକାନଗିରିରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ପଶୁପାଲି ଗାଁର ବୃନ୍ଦା କବାସୀ ନାମ୍ନୀ ଜଣେ ଯୁବତୀ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ଅଜଣା ରୋଗରେ ପିଡୀତ ହୋଇ ଚିକିତ୍ସିତ ହେଉଛନ୍ତି । ଏକ ଆବାସ ଘର ଯୋଗାଇଦେବାକୁ ଦିର୍ଘଦିନ ଧରି ସେ ଦାବି କରିଆସୁଥିଲେ ।