ଡ୍ରାଇଭର ମହାସଂଘର ଚେତାବନୀ : ଯଦି ପୋଲିସ କାହାକୁ ଉଠାଇ ନିଏ ଜୋରଦାର ହେବ ଆନ୍ଦୋଳନ, ରାଜରାସ୍ତାକୁ ଓହ୍ଲାଇବେ ଡ୍ରାଇଭରଙ୍କ ପରିବାର

151

କନକ ବ୍ୟୁରୋ : ଜାରି ରହିଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ । ଡ୍ରାଇଭରଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଆଜିଠୁ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଚେତାବନୀ ଦେଇଛି ମହାସଂଘ । ରାସ୍ତା ଘାଟରେ କେବଳ ଡ୍ରାଇଭର ନୁହେଁ ସେମାନଙ୍କ ସ୍ତ୍ରୀ ପିଲା ଛୁଆ ଓ ବୟସ୍କ ବାପା-ମାଆ ମଧ୍ୟ ଧାରଣାରେ ବସିବେ । ଗତକାଲି ଡ୍ରାଇଭରମାନେ ବିଭିନ୍ନ ସ୍ଥାନରେ ଧାରଣା ଦେଇଥିଲେ ।

ରାତି ସାରା ନିଜ ନିଜ ଅଞ୍ଚଳରେ ଚାଳକମାନେ ଧାରଣାରେ ବସିଥିଲେ । ରାତିରେ ମଧ୍ୟ ଗାଡି ଅଟାକାଇଥିଲେ ଆନ୍ଦୋଳନକାରୀ । ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ମଧ୍ୟ ଡ୍ରାଇଭରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଷ୍ଟିଅରିଂ ଛାଡରୁ ଆମ୍ବୁଲାନ୍ସ, ଦମକଳ ଗାଡି, ସ୍କୁଲ କଲେଜ ବସ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଗାଡି ଚଳା ଡ୍ରାଇଭର ମହାସଂଘର ଚେତାବନୀଚଳ ସ୍ୱାଭାବିକ ଥିଲା । ରାସ୍ତାରେ ଘରୋଇ କାର, ବାଇକ୍ ବି ଗଡିଥିଲା । ଧର୍ମଘଟ ଯୋଗୁ ବସ୍, ଟ୍ରକ୍ ଯାତାୟତ ଗୁରୁତର ଭାବେ ପ୍ରଭାବିତ ହୋଇଛି ।