ଭୁଷୁଡିଲା ଶୀତଳ ଭଣ୍ଡାର ଛାତ । ଦବି ରହିଛନ୍ତି ୨୫ରୁ ଅଧିକ ଲୋକ ।

149

କନକ ବ୍ୟୁରୋ: ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲା ଫୈଜଗଞ୍ଜରେ ଘଟିଛି ଦୁଃଖଦ ଘଟଣା । ଏଠାରେ ଥିବା ଏକ ଶୀତଳ ଭଣ୍ଡାର ହଠାତ୍ ଭୁଷୁଡିପଡିବାରୁ ଛାତ ତଳେ ଦବି ହୋଇଯାଇଛନ୍ତି ୨୦ରୁ ୨୫ ଜଣ ଲୋକ । ଫଳରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଘଟଣାର ଖବର ମିଳିବା ମାତ୍ରେ ପୁଲିସ ପ୍ରଶାସନ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ହେଲେ ଏଯାଏଁ ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ ।