ବହୁଚର୍ଚ୍ଚିତ ଦମନ୍ ଫିଲ୍ମର ରେଟିଂକୁ ପଛରେ ପକାଇଲା ଡେଲିଭରୀ ବୟ’ । ସାରା ଓଡ଼ିଶାରେ ହାଉସଫୁଲ୍ ଚାଲୁଛି ଫିଲ୍ମ ।

939

କନକ ବ୍ୟୁରୋ : ଓଡିଆ ଦର୍ଶକଙ୍କ ମନ ଜିଣୁଛି ଓଡିଆ ଚଳଚିତ୍ର ଡେଲିଭରି ବୟ । ଓଡିଶାର ସମସ୍ତ ସିନେମା ହଲରେ ଫିଲ୍ମ ଏବେ ହାଉସଫୁଲ ରହିଛି । ହଲରେ ମଧ୍ୟ ନିଜେ ଫିଲ୍ମର ଅଭିନେତା ଶୈ÷ଳେନ୍ଦ୍ର ସାମନ୍ତରାୟ ଓ ନିର୍ଦ୍ଦେଶକ ପହଞ୍ଚି ଦର୍ଶକଙ୍କ ପ୍ରତିକ୍ରିୟା ଶୁଣିଛନ୍ତି । ଫିଲ୍ମ ଦେଖିସାରିବା ପରେ ଦର୍ଶକ ବେଶ୍ ଖୁସିଥିବା ପ୍ରକାଶ କରିଛନ୍ତି । ଅନ୍ୟପଟେ ଫିଲ୍ମଟି ଏବେ ବାବୁସାନଙ୍କ ଅଭିନୀତ ଚଳଚିତ୍ର ଦମନକୁ ପଛରେ ପକାଇଛି । ଇଣ୍ଟରନେଟ୍ ମୁଭି ଡାଟାବେଶ ତଥା ଆଇଏମଡି ରେଟିଙ୍ଗ ଅନୁସାରେ ଫିଲ୍ମକୁ ୯.୫ ରେଟିଙ୍ଗ ମିଳିଛି । ଯାହାକୁ ନେଇ ଫିଲ୍ମରେ ସମସ୍ତ କାଯ୍ୟକର୍ତ୍ତା ଏବେ ଖୁସିପ୍ରକଟ କରିଛନ୍ତି । ଜଣେ ଡେଲିଭରୀଙ୍କ ବୟଙ୍କ କହାଣୀକୁ ଆଧାର କରି ନିର୍ମିତ ହୋଇଛି ଓଡିଆ ଫିଲ୍ମ ଡେଲିବରି ବୟ । ଜଣେ ଡେଲିଭରି ବୟ କେମିତି ପ୍ରତିଦିନ ସଂଘର୍ଷ କରୁଛି । ଅନେକ ଘାତ ପ୍ରତିଘାତ ଦେଇ ଗତି କରୁଛି ତାହା ଫିଲ୍ମର ବିଷୟ ବସ୍ତୁ ହୋଇଛି । ଦୁର୍ଗା ପ୍ରସାଦ ନାୟକ ନାମକ ଜଣେ ଡେଲିଭରି ବୟଙ୍କ ଉପରେ ଏହାର କାହାଣି ପ୍ରସ୍ତୁତ ହୋଇଛି । ପ୍ରଥମ ଦିନରୁ ଫିଲ୍ମ ଦେଖିବାକୁ ହଲରେ ଭିଡ ବି ଦେଖିବାକୁ ମିଳିଥିଲା । ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିସହ ଫିଲ୍ମରେ ବୁଦ୍ଧାଦିତ୍ୟ ମହାନ୍ତି, ପ୍ରିୟମ୍ବଦା ସ୍ୱାଇଁ, ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଗତ ଏପ୍ରିଲ ୭ ତାରିଖ ଫିଲ୍ମ ଫ୍ରାଇଡେ ରେ ପରଦାକୁ ଆସିଥିଲା ଡେଲିଭରି ବୟ । ସେହିପରି ଫିଲ୍ମକୁ ରାଜ୍ୟ ସରକାର ଟିକସ୍ ମୁକ୍ତ ମଧ୍ୟ କରିଥିଲେ ।