ଦାଦନ ଶ୍ରମିକଙ୍କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ । କହିଲେ, ଓଡିଶା ଧନୀ, ବିଜେଡି ଧନୀ କିନ୍ତୁ ଓଡିଆ ଦାଦନ ।

190

କନକ ବ୍ୟୁରୋ: ଦାଦନ ଶ୍ରମିକକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଦାଦନ ଶ୍ରମିକଙ୍କ ସହ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ରହିଥିବା କହିଛନ୍ତି ଲେଖାଶ୍ରୀ । କେଉଁ ରାଜ୍ୟରେ କେତେ ଓଡ଼ିଆ ପୁଅ ଦାଦନ ଖଟୁଛନ୍ତି, ତାହା ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ । ଲେଖାଶ୍ରୀ କହିଛନ୍ତି, ଓଡ଼ିଶା ଧନୀ, ବିଜେଡି ଧନୀ କିନ୍ତୁ ଓଡ଼ିଆ ଦାଦନ । ଓଡ଼ିଆ ପୁଅ ଅନ୍ୟ ରାଜ୍ୟକୁ ନେଇ ଦାଦନ ହୋଇ ଫେରୁଛି କିନ୍ତୁ ମୁଖ୍ୟମନ୍ତ୍ରୀ ଜାପାନ ଯାଇ ରିଲ୍ ବନାଉଛନ୍ତି । ଯିଏ ଶାସନରେ ଅଛି ସେ ଦେଢ କିଲୋମିଟର ଚାଲିପାରୁନାହାଁନ୍ତି । କିନ୍ତୁ ଦାଦନକୁ କହୁଛନ୍ତି ଦେଶ ସହ କିଲୋମିଟର ଚାଲ ।