ନିଟ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଗରିବ ଘର ଝିଅ: ଏମିତି କରିଥିଲେ ପରିଶ୍ରମ 

192

କନକ ବ୍ୟୁରୋ: କଥାରେ ଅଛି ଯଦି ଆପଣ କୌଣସି ଏକ କାମକୁ ସତ୍ୟ ଓ ନିଷ୍ଠାର ସହିତ କରନ୍ତି ତାହେଲେ ତାହା ନିଶ୍ଚୟ ସଫଳ ହୋଇଥାଏ । ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ତାମିଲନାଡୁର ଗରିବ ଘର ଝିଅ ଥଙ୍ଗପଚି । ଯିଏ ନିଟ୍ ପ୍ରବେଶିକା ପରିକ୍ଷାରେ ଉତିନ୍ନ ହୋଇ ନିଜ ଅଂଚଳ ପାଇଁ ଗୌରବ ଆଣିଛନ୍ତି ।

ମଣିଷ ଯଦି ଚାହେଁ ତାହାଲେ ସବୁ ଅସମ୍ଭବକୁ ବି ସମ୍ଭବ କରି ପାରିବ । ଏଭଳି କିଛି କରି ଦେଖାଇଛନ୍ତି ତାମିଲନାଡୁର ଝିଅ । ନିଜ ଏକ୍ଲାନ୍ତ ପରିଶ୍ରମ ବଳରେ ନିଟ୍ ପ୍ରବେଶିକା ପରିକ୍ଷାରେ ଉତିନ୍ନ ହୋଇଛନ୍ତି । ତାମିଲନାଡୁ ମଦୁରାଇ ଜିଲ୍ଲା ପାନୋମୋ ପାନପଟ୍ଟି ଗାଁର ଅତି ଗରିବ ଘର ଝିଅ ଥଙ୍ଗପଚି । ଯିଏ ୨୦୨୧-୨୨ ଶିକ୍ଷାବର୍ଷରେ ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରିକ୍ଷା ନିଟ୍ରେ ଉତିନ୍ନ ହୋଇ ନିଜ ଅଂଚଳ ପାଇଁ ଗୌରବ ଆଣିଛନ୍ତି । ଘରେ ଆର୍ଥୀକ ସ୍ଥିତି ଖରାପ ଥିବା ସତ୍ୱେ ମଧ୍ୟ ହାର ମାନି ନାହାନ୍ତି ଥଙ୍ଗପଚି । ହେଲେ ମେଡିକାଲ ପାଠପଢା ଖର୍ଚ୍ଚ ଉଠାଇବାକୁ ତାଙ୍କ ପରିବାର ପାଖରେ ସାମର୍ଥ୍ୟ ନାହିଁ ।

ମେଡିିକାଲ ପାଠ୍ୟକ୍ରମରେ ଆଡମିଶନ ଠୁ ଆରମ୍ଭ କରି ରହିବା, ଖାଇବା ପିଇବା ପର୍ଯ୍ୟନ୍ତ ସବୁ କିଛି ମହଙ୍ଗା ହୋଇଥାଏ । ଆଉ ଏଥିପାଇଁ ସେ ତାମିଲନାଡୁ ସରକାରଙ୍କୁ ଆର୍ଥିକ ସହାୟତା ପାଇଁ କରିଥିଲେ ଗୁହାରି । କିନ୍ତୁ ଷ୍ଟାଲିନ୍ ସରକାର, ଥଙ୍ଗପଚିଙ୍କୁ କେବଳ ଟ୍ୟୁସନ୍ ଫି ଯୋଗାଇ ଦେବାକୁ ରାଜି ହୋଇଛନ୍ତି । ହେଲେ ତଥାପି ଥଙ୍କପଚିଙ୍କ ମେଡିକାଲ ପଢିବା ସମ୍ଭବ ହୋଇ ପାରୁ ନଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ଏବେ ଅର୍ଥ ପାଇଁ ଜଣେ ପ୍ରତିଭାଶାଳୀ ଛାତ୍ରୀଙ୍କ ଭବିଷ୍ୟତ କ୍ଷେତରେ ସିମିତ ହୋଇଯିବାକୁ ବସିଛି । ସହାୟତା ମିଳିଲେ ଥଙ୍ଗପଚିଙ୍କ ମେଡିକାଲ ପଢିବା ସ୍ୱପ୍ନ ପୂରଣ ହୋଇ ପାରନ୍ତି ବୋଲି ସେ କହିଛନ୍ତି ।