ବିନା ପରିଚୟ ପତ୍ରରେ ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବା ନିଷ୍ପତି ବିରୋଧୀ ପିଟିସନ ଉପରେ ଶୁଣାଣୀ କରିବାକୁ ମନା କଲେ ସୁପ୍ରିମକୋର୍ଟ । କୋର୍ଟ କହିଲେ, ଏଭଳି ଆବେଦନ ଉପରେ ଶୁଣାଶୀ କରିବାର ନାହିଁ କୌଣସି ଆବଶ୍ୟକତା

309

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ୨ ହଜାର ଟଙ୍କା ନୋଟ ବଦଳାଇବା ମାମଲା ଖାରଜ୍ । ପରିଚୟ ପତ୍ର ନ ଦେଖାଇ ୨ ହଜାର ଟଙ୍କା ନୋଟ ବଦଳାଇବା ମାମଲାରେ ତୁରନ୍ତ ଶୁଣାଣିକୁ ନେଇ ସୁପ୍ରିମକୋର୍ଟ ମନା କରିଛନ୍ତି । ଏହି ମାମଲା ଏପରି ଏକ ମାମଲା ନୁହେଁ ଯାହାର ତୁରନ୍ତ ଶୁଣାଣି ଜରୁରୀ ବୋଲି କୋର୍ଟର ଅବସରକାଳୀନ ବେଂଚ କହିଛନ୍ତି । ଏବଂ ଏନେଇ ଶୁଣାଣି ପାଇଁ ଗରମ ଛୁଟି ପରେ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିବାକୁ କହିଛନ୍ତି । ତେବେ ଏହା ପୂର୍ବରୁ ଏହି ମାମଲା ମେ ୨୯ରେ ଦିଲ୍ଲୀ ହାଇକୋର୍ଟରେ ଖାରଜ କରାଯାଇଥିଲା । ମାମଲା ରୁଜୁ କରିଥିବା ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଅନୁସାରେ, ନୋଟ ବଦଳାଉଥିବା ବ୍ୟକ୍ତିିଙ୍କ ସଠିକ ଓ ସମ୍ପୂର୍ଣ୍ଣ ପରିଚୟ ନପାଇ ଏହାକୁ ବଦଳାଇବା ଦ୍ୱାରା ଭ୍ରଷ୍ଟ ଓ ଦେଶ ବିରୋଧୀଙ୍କୁ ଲାଭ ହେଉଛି । ରିଜର୍ଭ ବ୍ୟାଙ୍କର ନିଷ୍ପତି ମନମାନି ବୋଲି ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟର ବିଚାରପତି ସୁଧାଂଶୁ ଧୁଲିଆ ଓ କେବି ବିଶ୍ୱନାଥନଙ୍କ ବେଂଚ ନିକଟରେ ଯାଚିକା ଉପସ୍ଥାପନ କରିଥିଲେ । ଯାହାକୁ ହାଇକୋର୍ଟ ମଂଜୁରୀ ଦେଇ ଭୁଲ କରିଥିବା ସେ କହିଛନ୍ତି । ହେଲେ ବିଚାରପତିମାନେ ଏହି ଘଟଣାରେ ତୁରନ୍ତ ଶୁଣାଣି କରିବାକୁ ମନା କରିଛନ୍ତି