ବିହାର ମୁଖ୍ୟମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ସହମତି ପ୍ରକାଶ କଲା କଂଗ୍ରେସ । ଜୟରାମ ରମେଶ କହିଲେ ବୈଠକରେ ଦଳ ଯୋଗ ଦେବ ଓ ବିଭିନ୍ନ ପ୍ରସଙ୍ଗରେ କରିବ ଆଲୋଚନା

144

କନକ ବ୍ୟୁରୋ : ଜୁନ ୧୨ରେ ବିହାର ରାଜଧାନୀ ପାଟଣାରେ ବସିବ ବିରୋଧୀ ଦଳ ବୈଠକ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବୈଠକର ଆୟୋଜନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବୈଠକରେ ଯୋଗ ଦେବା ପାଇଁ ସହମତି ପ୍ରକାଶ କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ଜୟରାମ ରମେଶ ଏନେଇ ସୂଚନା ଦେଇଛନ୍ତି । ତେବେ ଦଳ ପକ୍ଷରୁ କିଏ କିଏ ଯୋଗ ଦେବେ ସେନେଇ କୌଣସି ସୂଚନା ଏବେ ସୁଦ୍ଧା ମିଳିପାରିନି । ୨୦୨୪ ସାଧାରଣ ନିର୍ବାଚନରେ ମୋଦୀଙ୍କୁ କ୍ଷମତାଚ୍ୟୁତ କରିବାକୁ ନୀତୀଶଙ୍କ ନୂଆ ଫର୍ମୁଲା ଉପରେ ଅଧିକ ଫୋକସ କରୁଛନ୍ତି । ମୋଦୀ ବିରୋଧୀଙ୍କୁ ଏକାଠି କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ହେଲେ ବିଭିନ୍ନ ରାଜନୈତିକ ଦଳରେ ବିଚାରଗତ ବିଭେଦ ଥିବରୁ ସମସ୍ତେ ଏକାଠି ହୋଇପାରୁ ନାହାନ୍ତି । ପ୍ରସଙ୍ଗ ଭିତିରେ ମତଭେଦ ଦେଖା ଦେଉଛି । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ବିରୋଧୀ କେମିତି ଏକାଠି ହୋଇ ବିଜେପି ଓ ମୋଦୀଙ୍କ ବିରୋଧରେ ଲଢିବେ, ସେଥିପାଇଁ ଏକ ଫର୍ମୁଲା ବାହାର କରିଛନ୍ତି ନୀତୀଶ ଜାତୀୟ ରାଜନୀତିରେ ମୋଦୀଙ୍କ ପ୍ରଭାବ କମାଇବା ପାଇଁ ମୋର୍ଚ୍ଚା ବାନ୍ଧିବାକୁ ବାରମ୍ବାର ପ୍ରୟାସ ହେଉଛି । ପ୍ରଥମେ କେସିଆର, ପରେ ମମତା, ଷ୍ଟାଲିନ ଓ ଏବେ ନୀତୀଶ କୁମାର ଏହାର ମଙ୍ଗ ଧରିଛନ୍ତି ।