ଦେଶର ଟପ୍-୧୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ନାହିଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜାଣନ୍ତୁ କାହାକୁ ମିଳିଲା ପ୍ରଥମ ସ୍ଥାନ ?

5,218

କନକ ବ୍ୟୁରୋ : ଏନଆଇଆରଏଫ୍ ତରଫରୁ ୨୦୨୩ ରାଙ୍କିଙ୍ଗ ଜାରି କରାଯାଇଛି । କହିରଖୁ କି ଏହା କେନ୍ଦ୍ର ସରକାରଙ୍କ ଶିକ୍ଷାମନ୍ତ୍ରଣାଳୟ ତରଫରୁ ଦେଶରେ ଥିବା ଶିକ୍ଷଣୀୟ ସଂସ୍ଥାନମାନଙ୍କର ରାଙ୍କିଙ୍ଗ୍ ସ୍ଥିର କରିଥାଏ । ଏହା ମୋଟ କାଟାଗୋରୀ ସହ ଭିନ୍ନ ଭିନ୍ନ କାଟାଗୋରୀରେ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କର ରାଙ୍କିଙ୍ଗ ସ୍ଥିର କରିଥାଏ । ଏନଆଇଆରଏଫ୍ ରାଙ୍କିଙ୍ଗ ୨୦୨୩ ଅନୁସାରେ ଆମ ଦେଶରେ ଆଇଆଇଟି ମାଡ୍ରାସ ହେଉଛି ସର୍ବଶ୍ରେଷ୍ଠ ଶିକ୍ଷଣୀୟ ସଂସ୍ଥା । ସେହିଭଳି ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ପ୍ରଥମ ସ୍ଥାନରେ ରହିଛି ।

ସେପଟେ ଦେଶର ବଡ ବିଶ୍ୱବିଦ୍ୟାଳୟ କୁହାଯାଉଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏହି ରାଙ୍କିଙ୍ଗରେ ଟପ୍ -୧୦ ସ୍ଥାନରେ ନାହିଁ । ଚଳିତ ରାଙ୍କିଙ୍ଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୧୧ ତମ ସ୍ଥାନରେ ରହିଛି । ହେଲେ ମୋଟ କାଟାଗୋରୀ ରାଙ୍କିଙ୍ଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୨୨ ତମ ସ୍ଥାନରେ ରହିଛି । ଏହା ଗତବର୍ଷ ତୁଳନାରେ ଆଗକୁ ଆସିଥିବା ଜଣାପଡିଛି ।

ଏବେ ଆସନ୍ତୁ ଜାଣିବା ଦେଶରେ ଟପ୍-୧୦ରେ ଥିବା ବିଶ୍ୱବିଦ୍ୟାଳୟଗୁଡିକ ନାମ । ଏନଆଇଆରଏଫ୍ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରହିଛି ଆଇଆଇଏସସି ବେଙ୍ଗାଲୁରୁ, ଦ୍ୱିତୀୟ ସ୍ଥାନରେ ଜେଏନୟୁ, ତୃତୀୟ ସ୍ଥାନରେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ, ଚତୁର୍ଥ ସ୍ଥାନରେ ଯାଦବପୁର ବିଶ୍ୱବିଦ୍ୟାଳୟ, ପଞ୍ଚମ ସ୍ଥାନରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଷଷ୍ଠ ସ୍ଥାନରେ ମଣିପାଲ ଏକାଡେମୀ ଅଫ୍ ହାଇଅର ଏଜୁକେଶନ, ସପ୍ତମ ସ୍ଥାନରେ ଅମୃତା ବିଶ୍ୱ ବିଦ୍ୟାପୀଠମ୍, ଅଷ୍ଟମରେ ବେଲ୍ଲୋର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜୀ, ନବମରେ ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟ ଓ ଦଶମ ସ୍ଥାନରେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ