ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ବିଜୟ ଉଠାଇଲେ ପ୍ରଶ୍ନ । କହିଲେ, ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇନି ସଠିକ୍ ତଥ୍ୟ, ଅନ୍ଧାରରେ ରଖାଯାଇଛି ।

354

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ପ୍ରଥମ ଥର ମୁହଁ ଖୋଲଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏହି ଘଟଣାକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ କହିବା ସହ ଏହା ଓଡ଼ିଶାରେ ପ୍ରଥମ ବୋଲି କହିଛନ୍ତି । ଏହାସହ ଉଦ୍ଧାରକାର୍ଯ୍ୟକୁ ଯେଉଁଭଳି ଢଙ୍ଗରେ କରାଗଲା ତାହାକୁ ନେଇ ଜନସାଧାରଣଙ୍କୁ ପ୍ରଶଂସା କରିଛନ୍ତି । ଏହାସହ ଅନେକ ଗୁଡିଏ ପ୍ରଶ୍ନ ମଧ୍ୟ କରିଛନ୍ତି ।

ବିଜୟ କହିଛନ୍ତି, ମୃତ୍ୟୁସଂଖ୍ୟା ଯେତିକି କୁହାଯାଉଛି ସ୍ଥାନୀୟ ଲୋକ ତାହାକୁ ବିଶ୍ୱାସ କରିପାରୁନାହାନ୍ତି । ବାରମ୍ବାର କୁହାଯାଉଛି ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ପ୍ରକୃତରେ କେଉଁ ବଗିରେ କେତେ ଲୋକ ଥିଲେ କେତେ ଲୋକ ସେଥିରୁ ମୃତ୍ୟୁ ବରଣ କରିଛନ୍ତି ଆଜି ପର୍ଯ୍ୟନ୍ତ ତାହାର ସଠିକ ଆକଳନ କରାଯାଇ ନାହିଁ । ଘଟଣା ଘଟିବା ଦିନ ରାତି ତିନି ଟା ଯାଏଁ ରେଳ ବିଭାଗର କୌଣସି ଅଧିକାରୀ ସେଠାକୁ ଆସି ନଥିଲେ । ଓଡ଼ିଶାର ଯେଉଁ ଟିମ ଯାଇଥିଲେ ଯେମିତି କାମ କଲେ ସେମାନେ ଧନ୍ୟବାଦର ପାତ୍ର । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି ଘଟଣା ସ୍ଥଳକୁ ସେ ଆସିଲେ ଦେଖିବାକୁ । ଯେତିକି ସମୟ ରହିଲେ ଯଦି ସଠିକ ତଥ୍ୟ ତାଙ୍କୁ ଦିଆ ଯାଇଥିବ ସେ ବୁଝି ପାରିଥିବେ । ମୋତେ ଲାଗୁଛି ପ୍ରଧାନମନ୍ତ୍ରୀଙ୍କୁ ସଠିକ ତଥ୍ୟ ଦିଆ ଯାଇନି । ଘଟଣା ନେଇ ତାଙ୍କୁ ଅନ୍ଧାରରେ ରଖା ଯାଇଛି ।

ସେହିଭଳି ଗତକାଲି ରାଜ୍ୟ ସରକାରଙ୍କ ଅଧିକାରୀ ଓ ମୁଖ୍ୟ ଶାସନ ସଚିବ ବି ବିବୃତି ରଖିବା ବେଳେ ଅନେକ ସତ୍ୟକୁ ସାମ୍ନାକୁ ଆଣିଲେନି । ଉଦ୍ଧାର କାର୍ଯ୍ୟ ସରି ନଥିବା ବେଳେ ରେଳମନ୍ତ୍ରୀ ଉଦ୍ଧାର କାର୍ଯ୍ୟ ସରିଗଲା ବୋଲି କହିବା ନିନ୍ଦା ଜଣକ । ମୁଁ ୪ ତାରିଖ ଦିନ ଗଲାବେଳେ ୭ଟି ମୃତଦେହ ବାହାରିଲା । ଏପରିକି ଆଉ ଗୋଟେ ବଗି ସେମିତି ରହିଛି ତାକୁ ହାତ ମାରି ନାହାନ୍ତି ବର୍ତ୍ତମାନ ସୁଦ୍ଧା । ପ୍ରଥମେ କୁହାଗଲା ହାଇ ଲେବୁଲ ତଦନ୍ତ ହେବ, ତା ପରେ କହିଲେ ରେଲୱେ ସେପଟି କମିଶନର ତଦନ୍ତ କରିବେ, ପରେ ମନ୍ତ୍ରୀ କହିଲେ କିଏ ଦୋଷୀ ଆମେ ଧରି ସାରିଛୁ କିନ୍ତୁ ପରେ ଭୁବନେଶ୍ୱର ମନ୍ତ୍ରୀ କହିଲେ ସିବିଆଇକୁ ତଦନ୍ତ ଭାର ଦିଆଯିବ । ତାହାର କାରଣ କଣ । ଏଭଳି ମନ୍ତବ୍ୟ ସବୁ ଘଟଣାକୁ ଦ୍ଵନ୍ଦ କରୁଛି ।

ସରକାରୀ ତଥ୍ୟଠୁ ଅଧିକ ଲୋକ ମରିଛନ୍ତି । କିନ୍ତୁ ଘଟଣାକୁ ଗୁରୁତର ସହ ନିଆଯାଇ ନାହିଁ । ୮.୨.୨୦୨୩ ରେ ସମ୍ପର୍କ କ୍ରାନ୍ତି ଘଟଣା ଘଟିଥିଲା ଯାହା କି ଓଡିଶା ଘଟଣା ଭଳି । ଲୋକ ପାଇଲଟ ଏବଂ ଆସିଷ୍ଟାଣ୍ଡ ପାଇଲଟ କହୁଛନ୍ତି ଆମକୁ ସିଗନାଲ ଦେଖେଇବାରୁ ଆମେ ଗଲୁ । ସିଏଜି କହିଛନ୍ତି ଏବଂ ହାଉସ କମିଟି ବି କହିଛି ଇଲେକଟ୍ରୋନିସ ସିଷ୍ଟମ କାମ କରୁନି । ମନ୍ତ୍ରୀ ବି ଜାଣିଛନ୍ତି । ସମସ୍ତେ ବସି କି ଚର୍ଚ୍ଚା କରିଛନ୍ତି। ସମସ୍ତେ ସେଠି କହିଛନ୍ତି ସିଷ୍ଟମ କାମ କରୁନି ଆଗକୁ ଯାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ । ଫେବ୍ରୁଆରୀ ମାସରେ ଘଟିଥିବା ଘଟଣା ସମାନ ଭାବେ ଜୁନ ମାସରେ କେମିତି ଘଟିଲା । ବିଭାଗର ଅପରାଗତା ପାଇଁ ୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । କେହି ଏଥିରୁ ଦୋଷ ମୁକ୍ତ ହୋଇ ପାରିବେନି । ତଳ କର୍ମଚାରୀ କି ଉପର କର୍ମଚାରୀ ହୁଅନ୍ତୁ । ଯେଉଁମାନେ ବିଭାଗକୁ ପରିଚାଳନା କରୁଛନ୍ତି ସେମାନଙ୍କ ଦେହରେ ଏହି ଦୁର୍ଘଟଣାର ରକ୍ତ ଛିଟା ଓ କଳା ଦାଗ ସବୁ ଦିନ ପାଇଁ ଲାଗି କି ରହିବ । ଏଠି ପ୍ରଶ୍ନ ଉଠୁଛି ଇଲେକଟ୍ରୋନିସ ସିଷ୍ଟମର ଟେଣ୍ଡର କିଏ ନେଇଥିଲା । ବାର୍ଷିକ ମେଣ୍ଟାନାସ କରାଯାଇଛି ତ । ସିବିଆଇ ସେଇ କମ୍ପାନୀକୁ ଧରି ପାରିବ ତ । ମୋତେ ଲାଗୁନି ତାହା ହୋଇ ପାରିବ । କାରଣ ସେମାନେ ବହୁତ ବଡ଼ ବଡ଼ କମ୍ପାନୀ । ତିନୋଟି ବଡ଼ ବଡ଼ କମ୍ପାନୀ ଏହି ମେଣ୍ଟେନାସ କାମ ନେଇଛି । ରେଳ ବିଭାଗର ସବୁଠି ଦୁର୍ନୀତି ହୋଇଛି । ମନ୍ତ୍ରୀ ନିଜକୁ ନିର୍ଦୋଷ ବୋଲି କହି ପାରିବେନି ।

ସିବିଆଇ ଯଦି ସତ ଘଟଣାକୁ ତଦନ୍ତ କରେ ତେବେ ମନ୍ତ୍ରୀଙ୍କୁ ବି ତଦନ୍ତ ପରିସରଭୁକ୍ତ କରିପାରେ । ସିଗନାଲ ଟ୍ୟାମପରିଙ୍ଗ ଅଭିଯୋଗ ଉପରେ ବିଜୟ କହିଛନ୍ତି, ରିଲେ ରୁମ ଇଲେକ୍ଟ୍ରିକନିସ୍ ରୁମ ଭିତରକୁ କେହି ଯାଇ ପାରିବେନି । କେବଳ ରେଲୱେ ଅଧିକାରୀ ମାନେ ସେଠାକୁ ଯିବ । ସେ ସବୁ ସ୍ଥାନ କଡା ସୁରକ୍ଷାରେ ରୁହେ । ବାରମ୍ବାର ମନ୍ତ୍ରୀ ମିଛ କହି ଲୋକଙ୍କୁ ଭୁତାଉଛନ୍ତି । ମୁଁ ମୋ ଦାୟିତ୍ୱବୋଧ ପାଇଁ ଏହି କଥା ଉଠେଇଛି । ପାର୍ଟି କିଛି ନୁହେଁ ଲୋକଙ୍କ ଜୀବନ ଆଗ, ଦଳ କଥା ଏଠି କିଛି ନାହିଁ ।