ଜଘନ୍ୟ ହତ୍ୟାକାଣ୍ଡରେ ପୁଣି ଦୋହଲିଲା ଦିଲ୍ଲୀ, ପ୍ରେମିକାକୁ ହତ୍ୟା କଲା ପିଶାଚ ପ୍ରେମିକ

108

କନକ ବ୍ୟୁରୋ : ଦିନେ ପରସ୍ପରକୁ ପ୍ରେମ କରୁଥିଲେ, ସବୁୁଦିନ ଏକାଠି ରହିବାକୁ ପ୍ରତିଶ୍ରୁତି ଦେଇଥିଲେ । ଭବିଷ୍ୟତ ପାଇଁ ଅନେକ ସ୍ୱପ୍ନ ମଧ୍ୟ ଦେଖିଥିଲେ । ଫଟୋକୁ ଦେଖିଲେ ଲାଗୁଛି ଏହି ପ୍ରେମୀଯୋଡି ହୁଏତ ସବୁଠୁ ଭାଗ୍ୟଶାଳୀ ଯୋଡି ହୋଇଥିବେ । କିନ୍ତୁ ଏବେ ଏମିତି କିଛି ଘଟଣା ଘଟିଛି ଯାହାକୁ ଶୁଣିବା ପରେ ଆପଣ କିଛି ସମୟ ପାଇଁ ବିଶ୍ୱାସ କରିପାରିବେନି । ଭାବିବେ ହୁଏତ ଏହା କୌଣସି ଫିଲ୍ମର କାହାଣୀ ହୋଇଥିବ । କିନ୍ତୁ ପ୍ରକୃତ ଘଟଣା ବୟାନ କରୁଛି ପ୍ରେମ ଯେତିକି ଅନ୍ଧ ହୋଇପାରେ ସେତିକି ବିଭତ୍ସ ହତ୍ୟାକାଣ୍ଡର ରୂପ ମଧ୍ୟ ନେଇପାରେ ।

ଦୀର୍ଘ ଦିନ ଧରି ନିକ ସହ ଲିଭ-ଇନରେ ରହୁଥିଲା ସାହିଲ । ପ୍ରେମିକାକୁ ଧୋକା ଦେଇ ଫେବ୍ରୁଆରୀ ୧୦ରେ ବିବାହ କରିବାକୁ ଯାଉଥିବା ସମୟରେ ସାହିଲ ଧରାପଡିଥିଲେ । ନିକି ସବୁ ଜାଣିବା ପରେ ଉଭୟଙ୍କ ମଧ୍ୟ ଗଣ୍ଡଗୋଳ ହୁଏ ଆଉ ପରେ ନିକିକୁ ହତ୍ୟା କରିଥିଲା ପିଶାଚ ପ୍ରେମିକ ସାହିଲ । କେବଳ ସେତିକି ନୁହେଁ ମୃତ ଦେହକୁ ନିଜ ଢାବାର ଫ୍ରିଜରେ ଲୁଚାଇବ ପରଦିନ ବିବାହ କରିଥିଲା ସାହିଲ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଉପରେ । (ଫେବ୍ରୁଆରୀ ୯ରେ ସାହିଲଙ୍କ ବିବାହ କଥା ଜାଣିବାକୁ ପାଏ ନିକି । ସେହି ଦିନ ସାହିଲକୁ ଡାକିବା ସହ ଉଭୟଙ୍କ ମଧ୍ୟରେ ଦୀର୍ଘ ଘଂଟା ଧରି କଥାବାର୍ତା ଓ ପରେ ଝଗଡ଼ା ହୁଏ । ସାହିଲର ସାଙ୍ଗ ସଚିନର କାର ଭିତରେ ଉଭୟ ବସିଥିବାବେଳେ ଝଗଡ଼ା ଉଗ୍ର ରୂପ ନିଏ ଓ ପରେ ସାହିଲ ମୋବାଇଲ କେବୁଲ ତାରରେ ନିକିଙ୍କ ତଟିଂଚିପି ହତ୍ୟା କରେ ।)

୨୦୧୮ ମସିହାରେ ହରିଆଣାରୁ ଦିଲ୍ଲୀ ଆସିଥିଲେ ନିକି ଓ ସାହିଲଙ୍କ ସହ କୋଚିଂ ସେଂଟରରେ ପ୍ରଥମେ ବନ୍ଧୁତା ଓ ପରେ ଏମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୁଏ । କିଛି ଦିନ ଧରି ଲିଭ ଇନ ରିଲେସିନସିପରେ ରହିଥିଲେ । ତେବେ ନିକିଙ୍କ କୌଣସି ଖବର ନପାଇବା ପରେ ତାଙ୍କ ପରିବାର ଲୋକଙ୍କୁ ସନ୍ଦେହ ହୋଇଥିଲା । ପରେ ଦିଲ୍ଲୀ ପୁଲିସର କ୍ରାଇମ ଟିମ ସହ ଯୋଗାଯୋଗ କରିଥିଲେ । ପରେ ନିକିଙ୍କ ମୋବାଇଲକୁ ଟ୍ରାକ କରି ଅପରାଧୀ ନିକଟରେ ପହଁଚିଥିଲା ପୁଲିସ । ମିତ୍ରାଉ ଗାଁରେ ହତ୍ୟା, ଶବ ଲୁଚାଇବା ସହ ଜଘନ୍ୟ ହତ୍ୟାକାଣ୍ଡ କଥା ସ୍ୱିକାର କରିଥିଲା ଅପରାଧୀ ସାହିଲ ।

ପୁଲିସ ଗିରଫରେ ଥିବା ସାହିଲ ଜେରା ସମୟରେ ସତ ଉଗାଳିଛି ।ସେପଟେ ଦିଲ୍ଲୀ ପୁଲିସ କ୍ରାଇମ ଟିମ ୫ଦିନିଆ ରିମାଣ୍ଡରେ ଅଧିକ ଜେରା କରିବ ବୋଲି ସୂଚନା ରହିଛି ।