ତିନି ଫର୍ମାଟରେ ଏକ ନମ୍ବରରେ ଟିମ୍ ଇଣ୍ଡିଆ । ୧୧୫, ୧୧୪, ୧୬୭ ପଏଂଟ ସହ ଟେଷ୍ଟ, ଦିନିକିଆ, ଟି-୨୦ ରାଙ୍କିଂ ଭାରତ ପ୍ରଥମ

222

କନକ ବ୍ୟୁରୋ : କିକ୍ରେଟରେ ଇତିହାସ ରଚିଛି ଭାରତ । ଟେଷ୍ଟ, ଦିନିକିଆ, ଟି-୨୦ ତିନି ଫର୍ମାଟରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି । ନାଗପୁର ଟେଷ୍ଟରେ ଅଷ୍ଟ୍ରେଲିଆକୁ ଏକ ପାଳି ଏବଂ ଶହେରୁ ଅଧିକ ରନରେ ହରାଇବା ପରେ କଙ୍ଗାରୁ ଦଳକୁ ପଛରେ ପକାଇ ଟେଷ୍ଟରେ ଏକ ନମ୍ବର ର୍ୟାଙ୍କ ଆସିଛି ଭାରତ । ପୂର୍ବରୁ ଭାରତ ଟି-୨୦ ଏବଂ ଦିନିକିଆ ଫର୍ମାଟରେ ଏକ ନମ୍ବରରେ ରହିଥିଲା । ଏବେ ଟେଷ୍ଟ ରାଙ୍କିରେ ଭାରତ ୧୧୫ ପଏଂଟ ସହ ଏକ ନମ୍ବରରେ ରହିଥିବା ବେଳେ ୧୧୧ ପଏଂଟ ସହ ଦ୍ୱିତିୟରେ ଅଷ୍ଟ୍ରେଲିଆ ଏବଂ ୧୦୬ ପଏଂଟ ସହ ତୃତୀୟରେ ରହିଛି ଇଂଲଣ୍ଡା । ସେହିପରି ଦିନିକିଆ ତଥା ଓଡିଆଇ ରାଙ୍କିରେ ୧୧୪ ପଏଂଟ୍ ସହ ଭାରତ ଏକ ନମ୍ବରରେ ରହିଥିବା ବେଳେ ୧୧୨ ପଏଂଟ ସହ ଅଷ୍ଟ୍ରେଲିଆ ଦ୍ୱିତୀୟରେ ରହିଥିବା ବେଳେ ଏବଂ ୧୧୧ ପଏଂଟ ସହ ତୃତୀୟରେ ଅଛି ନୁୃ୍ୟଜିଲାଣ୍ଡ । ଟି-୨୦ ଫର୍ମାଟରେ ଭାରତ ୨୬୭ ପଏଂଟ ସହ ଏକ ନମ୍ବରେ ରହିଥିବା ବେଳେ ଇଂଲଣ୍ଡ ୨୬୬ ପଏଂଟ ସହ ଦ୍ୱିତୀୟ ଏବଂ ୨୫୮ ପଏଂଟ ସହ ପାକିସ୍ତାନ ତୃତୀୟରେ ରହିଛି ।