ଜେଲ୍ ଭିତରେ ସେଲିବ୍ରିଟି ସାଜିଛି ଗୋପାଳ ଦାସ । କଏଦୀଙ୍କୁ ହାତ ହଲାଇ କରୁଛି ଅଭିବାଦନ, ମଗାଉଛି ଦୁଇଟି ଖବର କାଗଜ ।

321

କନକ ବ୍ୟୁରୋ: ଚୌଦାର ଜେଲରେ ସେଲିବ୍ରିଟି ପାଲଟିଛି ନବଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଜେଲ ଭିତରେ ଗୋପାଳର କାର୍ଯ୍ୟକଳାପ ଚର୍ଚ୍ଚାର ବିଷୟ ହୋଇଛି । ତାକୁ ଦେଖିବା ପାଇଁ ଅନ୍ୟ କଏଦୀମାନେ ୱାର୍ଡରଙ୍କୁ ଅନୁରୋଧ କରୁଥିବା ସୂଚନା ମିଳିଛି । ଆଉ ଅନ୍ୟ କଏଦୀଙ୍କୁ ଦେଖିଲେ ଅଭିବାଦନ ଜଣାଇବା ଶୈଳୀରେ ଗୋପାଳ ହାତ ହଲାଉଛି ।

  • ଜେଲ ସେଲିବ୍ରିଟି ଗୋପାଳ!
  • ନିଜ ଖବର ଦେଖି ହସୁଛି

ଚୌଦ୍ୱାର ସର୍କଲ ଜେଲର ଜଣେ ସେଲିବ୍ରିଟି କଏଦୀ ପାଲଟି ଯାଇଛି ଗୋପାଳକୃଷ୍ଣ ଦାସ । ସୁରକ୍ଷା ଦୃଷ୍ଟିରୁ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୁ ଜେଲର ଏକ ସ୍ୱତନ୍ତ୍ର ସେଲରେ ରଖାଯାଇଛି । ତେବେ କୁହାଯାଉଛି ଆତ୍ମଘୋଷିତ ବାବା ସାରଥୀ, ଜେଲର ଏହି ସେଲରେ ରହୁଥିଲେ । ଗୋପାଳ ଏଠାକୁ ଆସିବା ପରେ ଜେଲ ଭିତରେ ତାର ବିଭିନ୍ନ କାର୍ଯ୍ୟକଳାପ ଚର୍ଚ୍ଚାର ବିଷୟ ହୋଇଛି । ତାକୁ ଦେଖିବା ପାଇଁ ଅନ୍ୟ କଏଦୀମାନେ ୱାର୍ଡରଙ୍କୁ ଅନୁରୋଧ କରୁଥିବା ସୂଚନା ମିଳିଛି । ଆଉ ଅନ୍ୟ କଏଦୀଙ୍କୁ ଦେଖିଲେ ଅଭିବାଦନ ଜଣାଇବା ଶୈଳୀରେ ଗୋପାଳ ହାତ ହଲାଉଛି । ଜେଲରେ ବେଶ ସ୍ୱାଭାବିକ ଲାଗୁଛି ଗୋପାଳ । ତା ମନରେ କୌଣସି ଅନୁତାପ ନାହିଁ ।

ଚର୍ଚ୍ଚାରେ ଜେଲ ଭିତରେ ଗୋପାଳର କାର୍ଯ୍ୟକଳାପ

  • ଗୁରୁବାର ସକାଳୁ ଗୋପାଳ ଚୂଡ଼ା ଉପମା ଜଳଖିଆ କରିଥିବା ସୂଚନା ମିଳିଛି
  • ଏହାପରେ ଦୁଇଟି ଖବରକାଗଜ ମଗାଇଥିଲା ନବ ହତ୍ୟାକାଣ୍ଡର ଅଭିଯୁକ୍ତ
  • ଘଣ୍ଟାଏରୁ ଅଧିକ ସମୟ ଧରି ବିଭିନ୍ନ ଖବର ଉପରେ ସେ ନଜର ପକାଇଥିଲା
  • ଏପରିକି ଖବରକାଗଜରେ ନିଜ ଖବର ଦେଖି ଗୋପାଳ ହସୁଥିବା ଜଣାପଡି଼ଛି
  • ଜେଲରେ ଗୋପାଳର କୌଣସି ଅନୁଶୋଚନା ନଥିବା କହିଛନ୍ତି ଜେଲ କର୍ତ୍ତୃପକ୍ଷ
  • ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଓ ସାଦା ତରକାରୀ ଖାଇଛି ଗୋପାଳକୃଷ୍ଣ ଦାସ
  • ରାତିରେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ସେଲ ଆଗରେ ଜଗି ରହୁଛନ୍ତି
  • ସୁରକ୍ଷାରେ ଯେଭଲି ତ୍ରୁଟି ନହୁଏ ସେଥିପାଇଁ ଏକ ସ୍ୱତନ୍ତ୍ର କମିଟି କରାଯାଇଛି

ଚୌଦ୍ୱାର ସର୍କଲ ଜେଲକୁ ପ୍ରବେଶ କଲାବେଳେ ମୁଖ୍ୟ ଫାଟକରେ ମୁଣ୍ଡିଆ ମାରିଥିଲା ଗୋପାଳ । ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡା ସବଜେଲରୁ ଚୌଦ୍ୱାର ସର୍କଲ ଜେଲକୁ ଅଣାଯାଇଛି । ମୁଖ୍ୟ ଗେଟ୍ ଦେଇ ଜେଲ ଭିତରକୁ ପଶିଲାବେଳେ ମୁଣ୍ଡରେ ହାତ ଲଗାଇ ଦୁଇଥର ନମସ୍କାର କରିଥିଲା ଗୋପାଳ । ତେବେ କାହିଁକି ଏଭଳି କଲା ଗୋପାଳ ତାକୁ ନେଇ ମଧ୍ୟ ଉକ୍ରଣ୍ଠା ବଢିବାରେ ଲାଗିଛି । ଗୋପାଳର ମାନସିକ ଅବସ୍ଥା ଠିକ ନଥିବା ତାର ପରିବାର ଲୋକ କହିଥିଲେ । ତେଣୁ ଗୋପାଳର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଏକ ୩ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଏହି ଟିମର ନେତୃତ୍ୱ ଜଣେ ମାନସିକ ରୋଗ ବିଶେଷଜ୍ଞ ନେଉଥିବା ମଧ୍ୟ ଜଣାପଡିଛି ।