ଫଟା ପାରାସୁଟ ପିନ୍ଧି ଡେଇଁ ପଡିଲେ ଏହି ଦେଶର ଯବାନ: କିଏ ଗଛ ଉପରେ ତ କିଏ ରାସ୍ତା ଉପରେ ଖସି ପଡିଲେ

341

କନକ ବ୍ୟୁରୋ: ଅକ୍ଟୋବର ୧ ତାରିଖରେ ଆଫ୍ରିକାନ ଦେଶ ନାଇଜେରିଆ ନିଜ ସ୍ୱାଧିନତା ଦିବସ ପାଳିବାକୁ ଯାଉଛି । ନାଇଜେରିଆ ରାଜଧାନୀ ଅବୁଜାରେ ବଡ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହେଉଛି । ସେଠାକାର ସେନା ଏଥିପାଇଁ ଅଭ୍ୟାସ କରୁଥିଲେ । ହେଲେ ଏହି ସମୟରେ ଏକ ଅଘଟଣ ଘଟିଛି । ପାରାସୁଟ ପିନ୍ଧି ଯେତେବେଳେ ସେନା ହେଲିକପ୍ଟରରୁ ତଳକୁ ଡିଆଁ ମାରିଥିଲେ ସେମାନେ ଲ୍ୟାଣ୍ଡିଂ ଜୋନରୁ ବହୁର ବାହାରକୁ ଯାଇ କିଏ ଗଛ ତ କିଏ ରାସ୍ତା ଉପରେ ପଡିଥିଲେ ।

ପରେ ଜଣାପଡିଥିଲା କି କିଛି ଯବାନଙ୍କ ପାରାସୁଟ ଫାଟି ଯାଇଥିଲା । ଫଟା ପାରାସୁଟ ନେଇ ସେମାନେ ଡେଇଁଥିଲେ ନା ଖରାପ ପାରାସୁଟ ଯୋଗୁଁ ତାହା ଫାଟିଗଲା ଏଯାଏଁ ଜଣାପଡିନି । ସୋସିଆଲମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । କିଛି ଲୋକ ସେନାଙ୍କ ପ୍ରଶଂସା ମଧ୍ୟ କରି କହିଛନ୍ତି ଖରାପ ପାରାସୁଟରେ ବି ସେମାନେ ନିଜକୁ ସୁରକ୍ଷିତ ରଖିପାରିଛନ୍ତି ।