ଦୁଇ ଦିନ ଭିତରେ ୬ହଜାର ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୩୯ଜଣ କୋଭିଡ ସଂକ୍ରମିତ । ୨୪ ଘଂଟାରେ ଦେଶରୁ ୧୮୮ ଜଣ ସଂକ୍ରମିତ ଚିହ୍ନଟ

143

କନକ ବ୍ୟୁରୋ : ୭ଟି ଦେଶରେ କରୋନା କରୁଛି ପ୍ରଳୟ । ଦେଶରେ ବାଜିଛି ସତର୍କ ଘଂଟି । ବିଶ୍ୱର କରୋନା ସ୍ଥିତି ଭିତରେ ଭାରତ ପାଇଁ ଆସିଛି ଚିନ୍ତାଜନକ ଖବର । ଆଗାମୀ ୪୦ ଦିନ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଜାନୁଆରୀ ମାସରେ ଦେଶରେ କରୋନା ସଂକ୍ରମଣ ବେଶ ଅଧିକ ବୃଦ୍ଧି ହେବାର ଆଶଙ୍କା ରହିଛି । ଏନେଇ କେନ୍ଦ୍ର ସ୍ୱ।।ସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ତଥ୍ୟ ମିଳିଥିବା ସୂଚନା ମିଳିଛି । ସେପଟେ ଦେଶରେ ଏବେ ଚିନ୍ତା ବଢାଇଛନ୍ତି ବିଦେଶ ଫେରନ୍ତା । ସୂଚନା ଅନୁସାରେ ଗତ ୨ଦିନ ମଧ୍ୟରେ ୬ହଜାର ବିଦେଶ ଫେରନ୍ତାଙ୍କ କୋଭିଡ ନମୁନା ପରୀକ୍ଷା ହୋଇଥିଲା । ଏମାନଙ୍କ ମଧ୍ୟରେ ପ୍ରାୟ ୩୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବୁଧବାର ଶ୍ରୀଲଙ୍କାରୁ ଚେନ୍ନାଇ ଫେରିଥିବା ମା ଓ ଝିଅ ମଧ୍ୟ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ମୁମ୍ବାଇ ବିମାନବନ୍ଦରରେ ୨ଜଣ ବିଦେଶ ଫେରନ୍ତା ପଜିଟିଭ ଥିବା ଜଣାପଡିଛି ।

ଏମାନଙ୍କ ଚିକିତ୍ସା ଚାଲିଛି ଓ ନମୁନର ଜେନମ ସ୍ୱିକେନ୍ସ ପାଇଁ ପଠାଯାଇଛି । ସେପଟେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଚିଠି ଲେଖି ସଜାଗ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି । କରୋନା ସ୍ଥିତିର ମୁକାବିଲା ପାଇଁ ସାରା ଦେଶରେ ମକଡ୍ରିଲ ମଧ୍ୟ କରାଯାଇଛି । ଦେଶରେ ଗତି ୨୪ ଘଂଟା ମଧ୍ୟରେ ୧୮୦ଜଣ କୋଭିଡ ସଂକ୍ରମିତ ଚି୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟବିଶେଷଜ୍ଞ ଆକଳନ କରିଛନ୍ତି କି ଚୀନରେ ତାଣ୍ଡବ ରଚୁଥିବା ଓମିକ୍ରନ ସବଭ୍ୟାରିଆଂଟ ବିଏଫ ଡଟ ସେଭେନ ବେଶ ଦ୍ରୁତି ଗତିରେ ସଂକ୍ରମଣ କରୁଛି । ଏହା ପୂର୍ବ ଭ୍ୟାରିଆଂଟ ଅପେକ୍ଷା ୧୬ଗୁଣ ଅଧିକ ସଂକ୍ରମିତ କରୁଛି ।