ସନ୍ଦେହରେ ଋଷ ସାଂସଦଙ୍କ ମୃତ୍ୟୁ । ଅସମାହିତ ପ୍ରଶ୍ନ ଉପରୁ କେବେ ଉଠିବ ପରଦା?

72

କନକ ବ୍ୟୁରୋ: ସୁଦୂର ୠଷିଆରୁ ଆସି ଓଡି଼ଶାର ରାୟଗଡା ଜିଲ୍ଲାରେ ଆଦିବାସୀଙ୍କ ଜୀବନଶୈଳୀ ବାବଦରେ ଜାଣିବାକୁ ଚାହୁଁଥିବା ସାଂସଦ ତଥା ବ୍ୟବସାୟୀ ପାଭେଲ ଆଂଟୋଭଙ୍କ ରହସ୍ୟଜନକ ମୃତ୍ୟୁ ଅନେକ ସନ୍ଦେହ ସୃଷ୍ଟି କରିଛି । ତାଙ୍କ ସହ ଦିଲ୍ଲୀରୁ ଆସିଥିବା ଗାଇଡ ଜିତେନ୍ଦ୍ର ସିଂଙ୍କ ସୂଚନା ଅନୁସାରେ…

  • ଡିସେମ୍ବର ୧୯ ତାରିଖରେ ୪ ଜଣ ରୁଷୀୟ ନାଗରିକ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ
  • ପରଦିନ ଅର୍ଥାତ ଡିସେମ୍ବର ୨୦ରେ ସେମାନେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ପହଞ୍ଚିଥିଲେ
  • ଡିସେମ୍ବର ୨୧ ତାରିଖ ସଂଧ୍ୟା ୫ଟା ୩୦ରେ ଆସି ରାୟଗଡାର ସାଇ ଇଣ୍ଟରନ୍ୟାସନାଲ ହୋଟଲରେ ରହିଥିଲେ
  • ପରଦିନ ସେମାନେ କୋରାପୁଟ ଯିବାକୁ ସ୍ଥିର କରିଥିବାବେଳେ ହୋଟେଲ ଭିତରେ ଅଚେତ ହୋଇ ପଡିଥିଲେ ଭ୍ଲାଦିମିର ବିଦାନୋଭ
  • ହସ୍ପିଟାଲ ନେବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର
  • ପରଦିନ ସଂଧ୍ୟା ପ୍ରାୟ ସାଢେ ୭ଟାରେ ପାଭେଲଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଗଲା

ପ୍ରଚୁର ମଦ ପିଇବାରୁ ଭ୍ଲାଦିମିର ବିଦାନୋଭଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ କେଉଁ ପରିସ୍ଥିତିରେ ବନ୍ଧୁ ପାଭେଲ ଆଂଟୋଭଙ୍କ ମୃତ୍ୟୁ ହେଲା, ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ତେବେ କେମିତି ହେଲା ରୁଷିଆ ସାଂସଦ ପାଭେଲ ଆଂଟୋଭଙ୍କ ମୃତ୍ୟୁ ତାକୁ ନେଇ ଏକାଧିକ ପ୍ରଶ୍ନ ଉଠୁଛି ।

କେମିତି ହେଲା ପାଭେଲଙ୍କ ମୃତ୍ୟୁ?

  • ହୋଟେଲ ଛାତ ଉପରୁ ତଳକୁ ଖସି ପଡିଲାବେଳେ ପାଭେଲଙ୍କୁ କେହି ଦେଖିପାରିଲେ ନାହିଁ କେମିତି?
  • ପାଭେଲଙ୍କ ଚିତ୍କାର କେହି ଶୁଣି ପାରିଲେ ନାହିଁ ଏବଂ କିଛି ତଳେ ପଡିବାର ଶବ୍ଦ ମଧ୍ୟ କେମିତି ଶୁଣାଗଲା ନାହିଁ?
  • ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ସହ କୌଣସି ଦୁର୍ଘଟଣା ହୋଇଛି ନା ତାଙ୍କୁ କେହି ଛାତରୁ ଧକ୍କା ଦେଇଛି?
  • ୬୫ ବର୍ଷୀୟ ପାଭେଲ ଜୀବନରେ ଅନେକ ମୃତ୍ୟୁ ଦେଖିଥିବେ, ତେଣୁ ବନ୍ଧୁଙ୍କ ମୃତ୍ୟୁରେ ସେ ବିଚଳିତ ହୋଇ ଆତ୍ମହତ୍ୟା କରିବେ କାହିଁକି?
  • ବିଦେଶରେ ମୃତ୍ୟୁ ହେବାପରେ ପାଭେଲଙ୍କ ସଂପର୍କୀୟମାନେ ତାଙ୍କ ମୃତଦେହ ନେବାକୁ ଚାହିଁଲେ ନାହିଁ କାହିଁକି?

କୁହାଯାଉଛି ପାଭେଲଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଯୋଗାଯୋଗ କରାଯାଇଥିଲା । ହେଲେ ପରିବାର ଲୋକ ମୃତଦେହ ଗ୍ରହଣ କରିବାକୁ ରାଜି ହୋଇନଥିବା ଜଣାଇଥିଲେ ଋଷିଆ ଦୂତାବାସ । ଯାହା ପୁରା ଘଟଣା ଉପରେ ସନ୍ଦେହକୁ ଆହୁରି ବଢାଇ ଦେଇଛି । କାହା ଚାପରେ ଆସି ପରିବାର ଲୋକ ରାୟଗଡାରେ ଶବ ଶକ୍ରାର କରିଦେବାକୁ ଅନୁମତି ଦେଲେ?