ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନୂଆ ମୋଡ଼ । ମାମଲାରେ ବିଜେପି ଓ ଟିଡିପି ନେତାଙ୍କ କନେକ୍ସନ! ଇଡିକୁ ଦିଲ୍ଲୀ ମନ୍ତ୍ରୀଙ୍କ ୫ ପ୍ରଶ୍ନ

901

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନୂଆ ମୋଡ । ଯେଉଁ ମାମଲାରେ ଆମ ଆଦମୀ ପାର୍ଟି ତଥା ଦିଲ୍ଲୀ ସରକାରଙ୍କ ହାଇପ୍ରୋଫାଇଲ ନେତା ଛନ୍ଦି ହୋଇଛନ୍ତି ସେହି ମାମଲାରେ ବିଜେପି ଓ ଏହାର ସହଯୋଗୀ ଦଳ ଟିଡିପି ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛି ଦଳ । ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିସୀ ମାର୍ଲେନା ଅଭିଯୋଗ ଆଣିବା ସହ ଇଡିର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ତଦନ୍ତକାରୀ ସଂସ୍ଥାକୁ ଆତିଶୀ ୫ଟି ପ୍ରଶ୍ନ ପଚାରିଛନ୍ତି ।

୬ମାସ ପରେ ଜେଲରୁ ଜାମିନ ପାଇଥିବା ଆମ ଆଦମୀ ପାର୍ଟି ନେତା ସଂଜୟ ସିଂ । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରିଥିଲେ ଓ ଦସ୍ତାବିଜ ରଖି ସଂଜୟ କହିଛନ୍ତି ମଦ ଦୁର୍ନୀତି ମାମଲାରେ ବିଜେପି ଓ ଟିଡିପିର ଅନେକ ହାଇପ୍ରୋଫାଇଲ ନେତାଙ୍କ ସମ୍ପୃକ୍ତି ଥିବା କହିଥିଲେ । ସଂଜୟ ସିଂ କହିଥିଲେ….

‘ଆପ୍’ର ଅଭିଯୋଗ

  • ଟିଡିପିର ଦୁଇ ନେତା ମଙ୍ଗୁଟା ରେଡ୍ଡୀ ଓ ରାଘବ ମଙ୍ଗୁଟା ମାମଲାରେ ସମ୍ପୃକ୍ତ
  • ଏମାନଙ୍କ ଉପରେ ଚାପ ପକାଇ ମିଛ ବୟାନ ରେକର୍ଡ କରାଯାଇଛି
  • ପୁଅ ରାଘବଙ୍କୁ ଗିରଫ କରାଯିବା ପରେ ମଙ୍ଗୁତା ବିଜେପି କଥା ମାନିବାକୁ ବାଧ୍ୟ ହୋଇଥିଲେ
  • ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମିଛ ବୟାନ ଦେଇଥିଲେ
  • ସେହି ବୟାନ ଆଧାରରେ କେଜ୍ରିୱାଲଙ୍କୁ ଗିରଫ କରାଗଲା
  • ବୟାନ ରେକର୍ଡ ପରେ ମଙ୍ଗୁତାଙ୍କ ନିର୍ବାଚନ ଟିକେଟ ମିଳିଛି
  • ରାଘବକୁ ବିଜେପିର ସହଯୋଗୀ ଦଳ ଟିଡିପି ପ୍ରାର୍ଥୀ କରିଛି

ଆପ କହିଛି ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ବିଜେପି ଏକ ଚକ୍ରବ୍ୟୁହ ରଚିଛି । ଚାପ ପକାଇ ଅନେକଙ୍କୁ ମିଛ ବୟାନ ରେକର୍ଡ କରୁଛି । ତେବେ ମିଛ ବେଶୀ ଦିନ ତିଷ୍ଟି ରହିବନି । ଦିନେ ନା ଦିନେ ସତ୍ୟର ବିଜୟ ହେବ ।