ଆଜିଠୁ ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ, ବଢିଲା ପକେଟ୍ ଖର୍ଚ୍ଚ । ପ୍ରଥମ ଦିନରେ ଶହେ ଟଙ୍କା କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍

2,466

କନକ ବ୍ୟୁରୋ: ଆଜି ଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ଏହାସହ ଅନେକ କେତେକ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ଏହା ମଧ୍ୟରେ ରହିଛି ନୂଆ ଆୟକର ନିୟମ । ଏହାସହ ସୁନା ହଲମାର୍କ ଓ ଏଲପିଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନୂଆ ନିୟମ କାର୍ଯ୍ୟକାରୀ ହେବ । ନୂଆ ଟିକସ ବ୍ୟବସ୍ଥା ଡିଫଲ୍ଟ ଢାଞ୍ଚାରେ ପରିଣତ ହେବ । ଅର୍ଥାତ୍ ଟିକସଦାତା ଯଦି କୌଣସି ବିକଳ୍ପ ଚୟନ ନରକନ୍ତି, ତେବେ ନୂଆ ବିକଳ୍ପକୁ ଚୟନ କରିଛନ୍ତି ବୋଲି ମନେ କରାଯିବ । ଆୟକର ବିଭାଗରେ ହୋଇଥିବା ଏହି ପରିବର୍ତନ ଲୋକଙ୍କ ଅର୍ଥ ଓ ଏହାର ଟ୍ୟାକ୍ସକୁ ପ୍ରଭାବିତ କରିବ । ୨୦୨୩ ବଜେଟରେ ନୂଆ ଟିକସ ବ୍ୟବସ୍ଥାରେ ଆୟକର ସ୍ଲାବରେ ପରିବର୍ତନ କରାଯାଇଥିଲା ।

ଆଜିଠାରୁ ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ । ଏଥିସହ ବଦଳିଛି କିଛି ନିୟମ । ବିଶେଷ କରି ବଜେଟରେ ଘୋଷଣା ହୋଇଥିବା ଟିକସ ସଂପର୍କିତ ନୂଆ ନିୟମ ଲାଗୁ ହେବ । ସେହିପରି ହଲମାର୍କିଂ ବାଧ୍ୟତାମୂଳକ ହୋଇଥିବାରୁ ସୁନା ଗହଣା ଦାମ ବଢିବା ଆଶଙ୍କା କରାଯାଉଛି । ନଜର ପକାନ୍ତୁ କଣ ସବୁ ନୂଆ ନିୟମ ଲାଗୁ ହେବ ।

ବଢିଲା ସୁନା ଗହଣା ଦର
– ଏପ୍ରିଲ ପହିଲାରୁ ହଲମାର୍କ ନଥିବା ସୁନା ଗହଣା ବିକ୍ରି ହୋଇପାରିବନି
– ୬ ସଂଖ୍ୟା ବିଶିଷ୍ଟ ହଲମାର୍କ ୟୁନିକ ଆଇଡେଂଟିଫିକେସନ୍ ବାଧ୍ୟତାମୂଳକ
– ହଲମାର୍କିଂ ବାଧ୍ୟତାମୂଳକ ହୋଇଥିବାରୁ ମହଙ୍ଗା ହୋଇପାରେ ସୁନା ଗହଣା

ମହଙ୍ଗା ହେଲା ବିଭିନ୍ନ କମ୍ପାନିର କାର
– ୧ ଏପ୍ରିଲରୁ ବିଭିନ୍ନ କମ୍ପାନି କାର ଦାମ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି
– କଂଚାମାଲ ଦର ବୃଦ୍ଧି ସହ ନୀତି ନିୟମରେ ପରିବର୍ତ୍ତନ ଯୋଗୁଁ ବଢିବ ଦାମ୍
– ଦର ବୃଦ୍ଧି ନେଇ ଘୋଷଣା କରିସାରିଛନ୍ତି ମାରୁତି, ହୋଣ୍ଡା ଓ ଟାଟା ମୋଟର୍ସ

ଟିକସଦାତାଙ୍କୁ ମିଳିବ ରିହାତି
– ଏପ୍ରିଲ ପହିଲାରୁ ଲାଗୁ ହୋଇଛି କେନ୍ଦ୍ର ସରକାରଙ୍କ ନୂଆ ଟିକସ ସ୍ଲାବ
– ବଜେଟ୍ ଉପସ୍ଥାପନ ବେଳେ ନୂଆ ଟିକସ ବ୍ୟବସ୍ଥା ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ
– ନୂଆ ବ୍ୟବସ୍ଥାରେ ବାର୍ଷିକ ୩ ଲକ୍ଷ ଯାଏଁ ଆୟକାରୀଙ୍କୁ ଦେବାକୁ ପଡିବନି ଟିକସ
– ନୂଆ ଟାକ୍ସ ସ୍ଲାବକୁ ଚୟନ କଲେ ବାର୍ଷିକ ୭ ଲକ୍ଷରୁ କମ୍ ଆୟକାରୀଙ୍କୁ ଟିକସ ଛାଡ଼

ବଢ଼ିଲା ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର
– ସରକାରୀ ତେଲ କମ୍ପାନି ପ୍ରତି ମାସରେ ପେଟ୍ରୋଲ, ଡିଜେଲ ଦର ବଢାଇଥାନ୍ତି
– ମାର୍ଚ୍ଚରେ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ମହଙ୍ଗା ହୋଇଥିଲା
– ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର ମଧ୍ୟ ୩୫୦ ଟଙ୍କା ବୃଦ୍ଧି ହୋଇଥିଲା
– ତେଣୁ ପୁଣି ରନ୍ଧନ ଗ୍ୟାସ ଦର ବଢାଇ ପାରନ୍ତି ତେଲ କମ୍ପାନି
— ଜାତୀୟ ରାଜପଥରେ ଟୋଲ ଟିକସ ମଧ୍ୟ ବୃଦ୍ଧି ପାଇବ

୨୦୨୩-୨୪ ଆର୍ôଥକ ବର୍ଷର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡର ମୂଲ୍ୟ ୯୨ ଟଙ୍କା କମିଛି । ତେବେ କେବଳ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହି ପରିବର୍ତନ କରାଯାଇଛି । ଘରେ ବ୍ୟବହୃତ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତନ ହୋଇନାହିଁ । ଗତ ମାସରେ ଘରୋଇ ଏଲପିଜି ମୂଲ୍ୟ ୫୦ ଟଙ୍କା ବଢିଥିଲା ।ଆଜିଠୁ ଟ୍ୟାକ୍ସ ନିୟମରେ ଯେଉଁ ପରିବର୍ତନ ହୋଇଛି ଏହା ସାଧାରଣ ଜୀବନରେ ସିଧା ପ୍ରଭାବ ପକାଇବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଫେବ୍ରୁଆରୀ ୧ ତାରିଖରେ ଆଗତ ହୋଇଥିବ ବଜେଟ ଅନୁଯାୟୀ ଏପ୍ରିଲ ପହିଲାରୁ ଅନେକ ସାମଗ୍ରୀ ଉପରେ ଟ୍ୟାକ୍ସ ପରିବର୍ତନ କରାଯାଇଛି