ଅକ୍ଟୋବରରୁ ଆରମ୍ଭ ହେବ ଡେବିଟ୍, କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି : ଭାରତୀୟ ରିଜର୍ଭ ବ୍ୟାଙ୍କ ଯୋଗଇ ଦେବ ନୂଆ ସୁବିଧା

2,071

କନକ ବ୍ୟୁରୋ : ଜଣେ ମୋବାଇଲ ଫୋନ୍ ବ୍ୟବହାରକାରୀମାନେ ଯେମିତି ନିଜ ନମ୍ବରକୁ ରଖି ଅପରେଟର ବଦଳାଇ ପାରୁଛନ୍ତି, ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ଆଗକୁ ସେଭଳି ସୁବିଧା ମିଳିବ । ଚଳିତବର୍ଷରୁ ଆରମ୍ଭ ହେବ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି । ଚଳିତ ବର୍ଷ ଅକ୍ଟୋବର ମାସରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସୁବିଧା ଆରମ୍ଭ କରିବ । ଡେବିଟ୍, କ୍ରେଡିଟ୍ ଓ ପ୍ରିପେଡ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ସେମାନଙ୍କ ପସନ୍ଦର କାର୍ଡ ନେଟୱର୍କ ଚୟନ କରିପାରିବେ । ଗ୍ରାହକମାନେ ସେମାନଙ୍କ ଭିତରୁ ନିଜ ପସନ୍ଦର ସଂସ୍ଥା ଚୟନ କରିପାରିବେ ।

ଏବେ କମ୍ପାନୀ ଯେଉଁ କାର୍ଡ ଦେଉଛନ୍ତି ତାହା ବ୍ୟବହାର କରିବା ବ୍ୟତୀତ ଲୋକମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ତେବେ ଏନେଇ ଆରବିଆଇ ସର୍କୁଲାର ଜାରି କରି ବ୍ୟାଙ୍କ ଓ ଜନସାଧାରଣଙ୍କ ମତାମତ ଲୋଡିଛନ୍ତି । ଭାରତରେ ଏବେ ୫ କାର୍ଡ ନେଟୱର୍କ କମ୍ପାନୀ ରହିଛନ୍ତି । ସେମାନେ ହେଉଛନ୍ତି ଭିସା, ମାଷ୍ଟରକାର୍ଡ, ରୂପେ, ଆମେରିକାନ ଏକ୍ସପ୍ରେସ ଓ ଡାଇନର କ୍ଲବ୍ । ସେମାନେ ବିଭିନ୍ନ ବ୍ୟାଙ୍କ ସହ ଯୋଡି ହୋଇ ରହିଛନ୍ତି । କାର୍ଡ ନେଟୱର୍କର ସବୁଠାରୁ ବଡ କମ୍ପାନୀ ଭିସା ହୋଇଥିବାବେଳେ, ଦ୍ୱିତୀୟ ସ୍ଥାନରେ ରହିଛି ମାଷ୍ଟରକାର୍ଡ । ରୂପେ ହେଉଛି ଭାରତର ସ୍ୱଦେଶୀ କାର୍ଡ ନେଟୱର୍କ ।