ବାହାନଗା ରେଳ ଦୁର୍ଘଟଣା : ଚନ୍ଦକା ଥାନାରେ ୪ଜଣିଆ ସିବିଆଇ ଟିମ୍; ୩ ରେଳବାଇ କର୍ମଚାରୀଙ୍କୁ ପଚରାଉଚରା

297

କନକ ବ୍ୟୁରୋ : ବାହାନଗା ରେଳ ଦୁର୍ଘଟଣା ମାମଲା । ଚନ୍ଦକା ଥାନାରେ ୪ ଜଣିଆ ସିବିଆଇ ଟିମ୍ । ଅଧିକ ତନାଘନା ପାଇଁ ସିବିଆଇ ଟିମ୍ ପହଞ୍ଚିଛି । ୩ରେଳବାଇ କର୍ମଚାରୀଙ୍କୁ ପଚରାଉଚରା କରୁଛି । ତେବେ ୩ରେଳବାଇ କର୍ମଚାରୀଙ୍କୁ ୫ଦିନିଆ ରିମାଣ୍ଡରେ ସିବିଆଇ ନେଇଛି ।

ଦୁର୍ଘଟଣା ଦିନ କଣ ଘଟିଥିଲା? ସିଗନାଲରେ କେତେବେଳେ ତ୍ରୁଟି ଦେଖାଯାଇଥିଲା? ଏନେଇ ଅଧିକାରୀ ମାନେ କେତେବେଳେ ଜାଣିଲେ? ସମସ୍ୟାର ସମାଧାନ ପାଇଁ କଣ ପଦକ୍ଷେପ ନେଇଥିଲେ? ଏମିତି ଏକାଧିକ ପ୍ରଶ୍ନର ଉତ୍ତର ଖୋଜିବେ ସିବିଆଇ ଅଧିକାରୀ । ୧୧ ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।