ଦେଶରେ କମିପାରେ ଟମାଟୋ ଟେନସନ । ଭାରତକୁ ଶସ୍ତା ଦରରେ ଟମାଟୋ ରପ୍ତାନୀ କରିବ ନେପାଳ

5,859

କନକ ବ୍ୟୁରୋ : ଟମାଟୋର ମାତ୍ରାଧିକ ଦରବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ଚିନ୍ତା ଏବେ ଦୂର ହୋଇପାରେ । କାରଣ ଶସ୍ତା ମୂଲ୍ୟରେ ଭାରତକୁ ଟମାଟୋ ଯୋଗାଇବ ନେପାଳ । ଆକାଶଛୁଆଁ ଟମାଟୋ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବାବେଳେ ନେପାଳର ସାହାଯ୍ୟ ଲୋଡ଼ିଛନ୍ତି । ଆଉ ଭାରତ କଥାରେ ସହମତି ପ୍ରକାଶ କରିଛି ନେପାଳ । ଅତି ସୁବିଧା ଓ କମ୍ ମୂଲ୍ୟରେ ଭାରତର ବଜାରକୁ ଟମାଟୋ ଯୋଗାଇବାକୁ ନେପାଳ ରାଜି ହୋଇଛି । ଭାରତ ନେପାଳ ପାଇଁ ଏକ ଭଲ ବଜାର । କାଠମାଣ୍ଡୁ , ଲଳିତପୁର ଏବଂ ଭରତପୁର ଟମାଟୋ ପ୍ରଚୁର ପରିମାଣରେ ଚାଷ କରାଯାଏ । ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ମେଂଟିବା ପରେ ଆହୁରି ବହୁ ପରିମାଣର ଟମାଟୋ ରହୁଛି ଯାହା ଭାରତର ଚାହିଦା ପୂରଣ କରିପାରିବ ବୋଲି ନେପାଳ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସଂସଦରେ ନେପାଳରୁ ଟମାଟୋ ଆମଦାନୀ କରିବା ଆରମ୍ଭ ହୋଇଛି ବୋଲି ସୂଚନା ଦେଇଥିଲେ ।