ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ଜବାହରଲାଲ ନେହରୁ , ହେଲେ ଜାଣିଛନ୍ତି କେଉଁ ନେତାମାନେ ହୋଇଥିଲେ ମନ୍ତ୍ରୀମଣ୍ଡଳରେ ସାମିଲ ?

1,203

କନକ ବ୍ୟୁରୋ : କିଛିଦିନ ପରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରିବାକୁ ଯାଉଛି । ଏନେଇ ଚଳିତ ସ୍ୱାଧୀନତା ଦିବସକୁ କିଛି ସ୍ୱତନ୍ତ୍ର କରିବାକୁ ସରକାର ନୂଆ ନୂଆ ଯୋଜନାମାନ ପ୍ରସ୍ତୁତ କରିଛନ୍ତି । ଏହି କ୍ରମରେ ସରକାର ଚଳିତବର୍ଷ ପ୍ରାରମ୍ଭରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାରେ ଲାଗିଛନ୍ତି ।

ଏଭଳି ସମୟରେ ଆସନ୍ତୁ ମନେ ପକାଇବା ସ୍ୱାଧୀନତାର ପ୍ରଥମ ବାର୍ଷିକକୁ । ଯେତେବେଳେ କି ଭାରତବାସୀ ନୂଆ ନୂଆ ସ୍ୱାଧୀନ ହେବାର ସ୍ୱାଦ ଚାଖିଥିଲେ । ସେପଟେ ଦେଶ ସ୍ୱାଧୀନ ହେବା ପରେ ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ବୁଦ୍ଧିଜୀବୀମାନେ ଜାଣିସାରିଥିଲେ କି ଦେଶକୁ ଚଳାଇବା ପାଇଁ ଏକ ସରକାରର ଆବଶ୍ୟକତା ରହିଛି । ଯିଏ କି ଦେଶର ହିତ ଓ ଜନତାଙ୍କ ସ୍ୱାର୍ଥରେ ନିଷ୍ପତ୍ତି ନେଇପାରିବେ । ୧୯୪୭ ରେ ଦେଶ ସ୍ୱାଧୀନ ହେଲା ଓ ଏହାପରେ ଯେଉଁ ସରକାର ଗଠନ ହେଲା ସେଥିରେ ପ୍ରଧାନମନ୍ତ୍ରୀ ପଦରେ ପଣ୍ଡିତ ଜବାହରଲାଲ ନେହରୁ ବସିଲେ । ହେଲେ ଆପଣ ଜାଣିଛନ୍ତି କି ସ୍ୱାଧୀନ ଭାରତର ପ୍ରଥମ ମନ୍ତ୍ରୀମଣ୍ଡଳ କିଭଳି ଥିଲା ? ଆସନ୍ତୁ ଜାଣିବା ସ୍ୱାଧୀନ ମନ୍ତ୍ରୀମଣ୍ଡଳ ବାବଦରେ କିଛି ଅଜଣା କଥା ।

ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହରୁଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଗଲା । ହେଲେ ସେହି ସରକାରରେ ସର୍ଦ୍ଦାର ବଲଭ ଭାଇ ପଟେଲଙ୍କର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି କାରଣରୁ ତାଙ୍କୁ ଉପ ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ଦିଆଯାଇଥିଲା । ତାଙ୍କ ବ୍ୟତୀତ ଡ. ରାଜେନ୍ଦ୍ର ପ୍ରସାଦଙ୍କୁ ଖାଦ୍ୟ ଓ କୃଷିମନ୍ତ୍ରଣାଳୟର ମନ୍ତ୍ରୀ କରାଯାଇଥିଲା । ଅନ୍ୟପଟେ ରେଳ ଓ ପରିବହନ ବିଭାଗର ମନ୍ତ୍ରୀ ହୋଇଥିଲେ ଜନ ମଥାଇ । ସଦ୍ଦାର ବଲଦେବ ସିଂ ହୋଇଥିଲେ ରକ୍ଷାମନ୍ତ୍ରୀ ଓ ଅର୍ଥ ବିଭାଗର ଦାୟୀତ୍ୱ ଆର,କେ ଶନମୁଖ୍ୟମ୍ ସେଟ୍ଟୀ ସମ୍ଭାଳିଥିଲେ  । ଏହା ବ୍ୟତୀତ ଭୀମରାଓ ଆମ୍ବେଦକରଙ୍କୁ ଆଇନ ବିଭାଗ ଓ ରାଜକୁମାରୀ ଅମୃତ କୌର ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ହୋଇଥିଲେ । ସେପଟେ ଜନସଂଘର ପ୍ରତିଷ୍ଠାତ ଡା, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଯୋଗାଣ ବିଭାଗର ମନ୍ତ୍ରୀଭାବେ ଦାୟୀତ୍ୱ ମିଳିଥିଲା । ସେହିଭଳି ଜଗଜୀବନ ରାମଙ୍କୁ ଶ୍ରମ ମନ୍ତ୍ରଣଳୟ ଓ ଅହମ୍ମଦ କିଦବାଇଙ୍କୁ ଦୂର ସଂଚାର ମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ସେହିଭଳି ଏନ ଗାଡଗିଲଙ୍କୁ ଖଣି ଓ ଶକ୍ତିମନ୍ତ୍ରୀ ଭାବେ ଦାୟୀତ୍ୱ ମିଳିଥିଲା ।