୨୭ ବର୍ଷରେ ପାଦଥାପିଲେ ସାରାଅଲ୍ଲୀ ଖାନ, ଫ୍ୟାନ୍ସ ଦେଲେ ସରପ୍ରାଇଜ ଗିଫ୍ଟ…

57

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଶୁକ୍ରବାର ୨୭ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିନ ଅବସରରେ ତାଙ୍କର ଫ୍ୟାନ୍ସ ମାନେ ତାଙ୍କୁ ସୁନ୍ଦର ସରପ୍ରାଇଜ ଦେଇଛନ୍ତି । ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ସାରାଙ୍କ ଫଟୋ ଲଗାଇବା ସହ ତାଙ୍କ ଫିଲ୍ମର ଗୀତ ଗାଇଛନ୍ତି ଅନେକ ପ୍ରଶଂସକ । ସାରା ବର୍ତ୍ତମାନ ନିଜର ଫିଲ୍ମକାମକୁ ନେଇ ଆମେରିକାରେ ଅଛନ୍ତି । ସେଠାରେ ସେ ନିଜ ଜନ୍ମଦିନ ମଧ୍ୟ ପାଳନ କରିଛନ୍ତି ।

ସାରାଙ୍କ ଫ୍ୟାନ୍ସ ମାନେ ସାରାଙ୍କ ସହ ଜନ୍ମଦିନ ପାଳିପାରିନଥିଲେ ମଧ୍ୟ ଭିନ୍ନ ଶୈଳୀରେ ଜନ୍ମଦିନର ଉପହାର ଦେଇଛନ୍ତି । ସାରା ଏବିଷୟରେ ଜାଣିବା ପରେ ଭାବବିହ୍ୱଳ ହୋଇଥିଲେ । ଏଲଇଡି ସ୍କ୍ରିନରେ ଥିବା ସାରଙ୍କ ଫଟୋରେ ତାଙ୍କ ପରିବାରର ଫଟୋ ମଧ୍ୟ ରହିଥିଲା ।

ଚଳଚ୍ଚିତ୍ର ଗ୍ୟାସ ଲାଇଟର ସୁଟିଂ ପାଇଁ ପାଇଁ ଆମେରିକାରେ ଅଛନ୍ତି, ସେଠାରେ ସେ ଭିକ୍ରାନ୍ତ ମାସିଙ୍କ ଚଳଚ୍ଚିତ୍ରର କାମ ଜାରିରଖିଛନ୍ତି । ଲାଗତର ଦୁଇଟି ଫିଲ୍ମରେ କାମ କରୁଥିବା ସାରା ଶୀଘ୍ର ତୃତୀୟ ଫିଲ୍ମର କାମ ଆରମ୍ଭ କରିବାକୁ ଯାଉଥିବା ସୂଚନା ମିଳିଛି ।