ଚିନ୍ତା ବଢ଼ାଉଛି ଏନସିଆରବିର ତଥ୍ୟ : ଓଡ଼ିଶାରେ ୫ ବର୍ଷରେ ୧୫ହଜାର ଶିଶୁ ନିଖୋଜ

103

କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି ଏନସିଆରବିର ତଥ୍ୟ । ଓଡ଼ିଶାରେ ୫ ବର୍ଷରେ ୧୫ହଜାର ଶିଶୁ ନିଖୋଜ ହୋଇଛନ୍ତି । ସବୁଠୁ ଉଦ୍‌ବେଗଜନକ ତଥ୍ୟ ହେଲା, ମୋଟ୍‌ ନିଖୋଜ ଶିଶୁଙ୍କ ମଧ୍ୟରେ ଅଛନ୍ତି ୧୨ ହଜାର ୧୯୯ ଜଣ ଶିଶୁ କନ୍ୟା । ଶିଶୁ କନ୍ୟାଙ୍କୁ ମୁଖ୍ୟତଃ ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଚାଲାଣ କରାଯାଉଥିବା କୁହାଯାଉଛି ।

ଓଡ଼ିଶା ପୁଲିସର ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ୨୦୨୧ ମସିହାରେ ଶିଶୁ ନିଖୋଜ ମାମଲା ଗଲା ୫ ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ୨୦୨୧ ମସିହାରେ ୪ ହଜାର ୧୩୩ ଶିଶୁ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରୁ ନାବାଳକ ୪୭୭ ଓ ନାବାଳିକା ୩ ହଜାର ୬୫୬ ଜଣ ଅଛନ୍ତି । ୨୦୨୧ ବର୍ଷ ଶେଷ ସୁଦ୍ଧା ପୂର୍ବ ବର୍ଷର ବଳକା ନିଖୋଜ ମାମଲାକୁ ମିଶାଇ ରାଜ୍ୟରେ ୭ ହଜାର ୪୦୪ ଶିଶୁଙ୍କ ନିଖୋଜ ମାମଲା । ଏହି ବର୍ଷ ୪ହଜାର ୫୯୬ ଜଣଙ୍କୁ ଠାବ କରାଯାଇଥିବା ବେଳେ ଅବଶିଷ୍ଟ ୨ ହଜାର ୮୦୮ଜଣଙ୍କ ପତ୍ତା ମିଳୁନାହିଁ । ଏଥିରେ ନାବାଳକ ୩୫୨ ଜଣ ଓ ନାବାଳିକା ୨ ହଜାର ୪୫୬ଜଣ ଅଛନ୍ତି। ଏହାପୂର୍ବରୁ, ୨୦୨୦ରେ ୨ହଜାର ୮୯୯ ଜଣ ଶିଶୁ ନିଖୋଜ ହୋଇଛନ୍ତି। ଏଥିରେ ନାବାଳକ ୩୪୩ ଓ ନାବାଳିକା ୨୫୫୬ ଜଣ ଅଛନ୍ତି । ପୂର୍ବ ବର୍ଷର ବଳକା ମାମଲାକୁ ମିଶାଇ ୬ ହଜାର ୯୧୨ ଜଣ ନିଖୋଜ ଅଛନ୍ତି । ଏହି ବର୍ଷ ୩ ହଜାର ୬୪୧ ଜଣ ଉଦ୍ଧାର ହୋଇଥିବା ବେଳେ ୩ ହଜାର ୨୭୧ ଜଣଙ୍କ ପତ୍ତା ମିଳୁନାହିଁ ।

୨୦୧୯ରେ ୩ ହଜାର ୧୫୧ ଜଣ ଶିଶୁ ନିଖୋଜ ଅଛନ୍ତି। ନାବାଳକ ୫୬୦ ଜଣ ଓ ନାବାଳିକା ୨୫୯୧ ଜଣ । ପୂର୍ବ ବର୍ଷକୁ ମିଶାଇଲେ ୫ହଜାର ୫୦୩ ଜଣ ନିଖୋଜ ଅଛନ୍ତି । ଏହି ବର୍ଷ ୧ହଜାର ୪୯୦ ଜଣ ଉଦ୍ଧାର ହୋଇଛନ୍ତି । ଅବଶିଷ୍ଟ ୪ ହଜାର ୧୩ ଜଣଙ୍କ ପତ୍ତା ମିଳୁନି । ୨୦୧୮ରେ ୨ହଜାର ୩୨୬ ଜଣ ଶିଶୁ ନିଖୋଜ ହୋଇଛନ୍ତି । ଏଥିରେ ନାବାଳକ ୪୫୧ ଓ ନାବାଳିକା ୧୮୭୫ ଜଣ ଅଛନ୍ତି। ପୂର୍ବ ବର୍ଷକୁ ମିଶାଇ ୩ ହଜାର ୪୯୧ ନିଖୋଜ ଅଛନ୍ତି । ସେଥିରୁ ନାବାଳକ ୭୯୩ ଓ ନାବାଳିକା ୨ ହଜାର ୬୯୮। ଏହି ବର୍ଷ ୧୧୩୯ ଜଣ ଉଦ୍ଧାର ହୋଇଛନ୍ତି । ଅବଶିଷ୍ଟ ୨ ହଜାର ୩୫୨ଙ୍କ ପତ୍ତା ନାହିଁ । ୨୦୧୭ରେ ୨ ହଜାର ୨୪୪ ନିଖୋଜ ହୋଇଛନ୍ତି । ଏଥିରେ ନାବାଳକ ୭୨୩ ଓ ନାବାଳିକା ୧ହଜାର ୫୨୧ ଜଣ ଅଛନ୍ତି ।