ନୂଆ ବର୍ଷରେ ନବୀନ ନୂଆ ମନ୍ତ୍ରିମଣ୍ଡଳ ଗଢିବା ନେଇ ଚର୍ଚ୍ଚା: ୨୦୨୪ ପାଇଁ ଟିମ୍ ପ୍ରସ୍ତୁତ କରିବେ ନବୀନ ପଟ୍ଟନାୟକ

670

କନକ ବ୍ୟୁରୋ: ନୂଆ ବର୍ଷରେ ନୂଆ ମନ୍ତ୍ରିମଣ୍ଡଳ । ନୂଆ ଟିମ୍ ଗଢିପାରନ୍ତି ନବୀନ । ୨୦୨୪ ପାଇଁ ଟିମ୍ ପ୍ରସ୍ତୁତ କରିବେ ନବୀନ । ପଦ୍ମପୁରରେ ବଡ ବ୍ୟବଧାନରେ ବିଜୟ ପରେ ଦାୟିତ୍ୱରେ ଥିବା ନେତାଙ୍କୁ ମିଳିବ ଗିଫ୍ଟ । ବିଶେଷ କରି ପଶ୍ଚିମ ଓଡିଶାର ନେତାଙ୍କୁ ମିଳିପାରେ ପ୍ରାଧାନ୍ୟ । ମନ୍ତୀଣମଣ୍ଡଳକୁ କମ୍ ବ୍ୟାକ କରିପାରନ୍ତି ସୁଶାନ୍ତ ସିଂହ । କିଛି ବରିଷ୍ଠଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାହାର କରି ସଂଗଠନ ଦାୟିତ୍ୱ ଦେଇପାରନ୍ତି ନବୀନ । କିଏ ଇନ୍ ହେବ କିଏ ଆଉଟ୍ ହେବ ତାକୁ ନେଉ ପାୱାର କରିଡରରେ ଚର୍ଚ୍ଚା । ବିଜେଡିର ଜଣେ ବରିଷ୍ଠ ନେତାଙ୍କ ସୂଚନା ଆଧାରରେ ନୂଆବର୍ଷର ପ୍ରଥମ ସପ୍ତାହରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବ । ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା ପରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ କରିପାରନ୍ତି । ଗୋଟିଏ ଛୋଟ ଧରଣର ସଂପ୍ରସାରଣ କରାଯାଇପାରେ । ଗତ ଜୁନ୍ ୫ ତାରିଖରେ ହୋଇଥିଲା ମନ୍ତ୍ରିମଣ୍ଡଳ ଅଦଳ ବଦଳ । ସେତେବେଳେ ସବୁ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ବାଦ୍ ପଡିଥିଲେ ୯ ଜଣ ମନ୍ତ୍ରୀ ।