୩ଦିନ ପରେ ବି ମିଳୁନି ନୟାଗଡର ଅମ୍ରିତଙ୍କ ପତ୍ତା: ଗୁରୁବାର ଦିନ ଟିଉସନ ଯାଇ ଆଉ ଘରକୁ ଫେରିନାହିଁ ପୁଅ

145

କନକ ବ୍ୟୁରୋ: ୩ଦିନ ପରେ ବି ମିଳୁନି ୧୨ବର୍ଷୀୟଙ୍କ ଅମ୍ରିତଙ୍କ ପତା । ଗୁରୁବାର ଦିନ ଟିଉସନ ଯାଇ ଆଉ ଘରକୁ ଫେରିନାହିଁ ପୁଅ । ନୟାଗଡ ଜିଲ୍ଲା କୁରାଳ ଗାଁର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ୧୨ବର୍ଷୀୟ ପୁଅ ଅମ୍ରିତ ୧୫ତାରିଖ ଗୁରୁବାର ଦିନ ଟିଉସନ ଯାଇ ଆଉ ଘରକୁ ଫେରିନାହିଁ । ଅମ୍ରିତକୁ ଖୋଜିବାକୁ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି । ଏହାସହ ସାଇଂଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ଏହାରି ଭିତରେ ବଡ଼ କଥା ହେଉଛି ଘର ଠାରୁ ମାତ୍ର ୨ଶହ ମିଟର ଦୂରରେ ଅମ୍ରିତଙ୍କ ସାଇକେଲ ମିଳିଛି । ଫଳରେ ଅମ୍ରିତଙ୍କ ନିଖୋଜକୁ ନେଇ ଭିନ୍ନ ଭିନ୍ନ ଆଶଙ୍କା ସୃଷ୍ଟି ହୋଇଛି । ଅମ୍ରିତଙ୍କ ଅପହରଣ ନେଇ ସନ୍ଦେହ ବଢିବାରେ ଲାଗିଛି ।