କୁଆଡେ ଗଲା ଅର୍ଚ୍ଚନା ନାଗଙ୍କ ଘରର ସିସିଟିଭି ଫୁଟେଜ? ବିଳାସପୂର୍ଣ୍ଣ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କ ଖୋଜୁଛି ଇଡି

87

କନକ ବ୍ୟୁରୋ: କୁଆଡେ ଗଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘରର ସିସିଟିଭି ଫୁଟେଜ । ଅର୍ଚ୍ଚନାଙ୍କ ବିଳାସପୂର୍ଣ୍ଣ ଘରେ ସୁରକ୍ଷା ଦୃଷ୍ଟିକୋଣରୁ ଲଗାଯାଇଥିବା ମାଳମାଳ ସିସିଟିଭିର ଫୁଟେଜ ଏବେ ଗାୟବ ହୋଇଯାଇଥିବା ଚର୍ଚ୍ଚା ହେଉଛି । କ୍ୟାମେରାରେ କଏଦ ହୋଇଥିବା ସିସିଟିଭିର ଚିତ୍ର, ଯେଉଁଠାରେ ଗଚ୍ଛିତ ହୋଇ ରହିଥାଏ ତାକୁ ଡିଭିଆର ବା ହାର୍ଡଡିସ୍କ ବୋଲି କୁହାଯାଏ । ଯେଉଁ ଡିଭିଆରକୁ ଏବେ ଇଡି ଖୋଜୁଥିବା ବେଳେ ଡିଭିଆରର ସ୍ଥାନ ଖାଲି ରହିଛି । ତେବେ ଚର୍ଚ୍ଚା ହେଉଛି, ଅର୍ଚ୍ଚନାଙ୍କ ଗିରଫଦାରୀ ପର୍ଯ୍ୟନ୍ତ ସିସିଟିଭିର ଡିଭିଆର ଘରେ ମହଜୁଦ ଥିଲା । କିନ୍ତୁ ତାହା ଏବେ ସେହି ଜାଗାରେ ନାହିଁ । ତେବେ ପ୍ରଶ୍ନ ଉଠୁଛି,

ଗାଏବ ହୋଇଗଲା ଅର୍ଚ୍ଚନାଙ୍କ ସିସିଟିଭି
– କାହିଁକି ଇଡି ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ଡିଭିଆର?
– କୁହାଯାଉଛି,ଅର୍ଚ୍ଚନାଙ୍କ ଡିଭିଆରରେ ପ୍ରାୟ ମାସକର ଫୁଟେଜ ଗଚ୍ଛିତ ଥିଲା
– ମାସକ ଭିତରେ କେଉଁମାନେ ଯିବା ଆସିବା କରୁଥିଲେ ତାହା ରେକର୍ଡ ହୋଇଥିଲା
– ଡିଭିଆର ଗାୟବ ପଛରେ ରହିଛି କାହାର ହାତ?
– କେଉଁମାନଙ୍କ ଚିତ୍ର କଏଦ ହୋଇଥିଲା ଅର୍ଚ୍ଚନାଙ୍କ ସିସିଟିଭିରେ?
– କାହାକୁ ବଂଚାଇବା ପାଇଁ ହେଉଛି ଉଦ୍ୟମ?
– ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିବ ତ ଅର୍ଚ୍ଚନାଙ୍କ ବିବାଦୀୟ ଡିଭିଆର?