ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ କହିଲା ନାଟୋ: ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବାକୁ ଘୋଷଣା

305

କନକ ବ୍ୟୁରୋ: ରୁଷିଆ-ୟୁକ୍ରେନ ଯୁଦ୍ଧ ୩୦ ଦିନରେ ପହଂଚିଛି । କେବେ ଯୁଦ୍ଧ ସରିବ, ଶାନ୍ତି ଫେରିବ, ଏ ନେଇ କିଛି ରାସ୍ତା ବାହାରି ପାରିନି । ବରଂ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଶୁକ୍ରବାର ୟୁକ୍ରେନ ସୀମାରେ ଥିବା ପୋଲାଣ୍ଡ ଗସ୍ତରେ ରାଷ୍ଟ୍ରପତି ବାଇଡେନ୍ । ଏହି ଗସ୍ତର ଯଥେଷ୍ଟ ଗୁରୁତ୍ୱ ରହିଛି । କାରଣ ପୋଲାଣ୍ଡ ସୀମା ଦେଇ ୟୁକ୍ରେନକୁ ସହାୟତା ପହଁଚୁ ଥିବାରୁ ରୁଷ ଟାର୍ଗେଟରେ ରହିିଛି ପୋଲାଣ୍ଡ । ଏହି ପରିପ୍ରେକ୍ଷୀରେ ପୋଲାଣ୍ଡ ସପକ୍ଷରେ ଆମେରିକା ରହିଛି ବୋଲି ବାର୍ତା ଦେବା ପାଇଁ ଚାହୁଛନ୍ତି ବାଇଡେନ୍ । ପୋଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କରିବା ସହ ରୁଷିଆ ବିରୋଧରେ ଲଗାଯାଇଥିବା କଟକଣାକୁ ଆହୁରି କଡ଼ା କରିବା ପାଇଁ ପଦକ୍ଷେପ ନିଆଯାଇପାରେ ବୋଲି କୁହାଯାଉଛି । ଯୁଦ୍ଧାସ୍ତ୍ର ସମେତ ୟୁକ୍ରେନକୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ବ୍ୟାପକ ବ୍ୟବସ୍ଥା କରୁଛି ଆମେରିକା ।

ଫଳରେ ଯୁଦ୍ଧ ଆହୁରି ବ୍ୟାପକ ହେବା ଆଶଙ୍କା କରାଯାଉଛି । ଗତକାଲି ବ୍ରସେଲ୍ସରେ ନାଟୋର ଐତିହାସିକ ଜରୁରୀ ସମ୍ମିଳନୀ ହୋଇଥିଲା । ରୁଷ ୟୁକ୍ରେନ୍ରେ ରାସାୟନିକ ଅସ୍ତ୍ର ଦ୍ୱାରା ଆକ୍ରମଣ କଲେ ୟୁକ୍ରେନ୍କୁ ଏଥିପାଇଁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ନାଟୋ ମହାସଚିବ କହିଛନ୍ତି । ଆମେରିକା ଓ ଏହାର ନାଟୋ ସହଯୋଗୀ ରାଷ୍ଟ୍ର ୟୁକ୍ରେନ୍ ପାଇଁ ଆଂଟି ମିଜାଇଲ୍ ପଠାଇବା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ସେପଟେ ଜାତିସଂଘ ଭୋଟ୍ରେ ଭାଗ ନେଇନାହିଁ ଭାରତ । ଭାରତ ଭୋଟ୍ ଦେବାରୁ ବିରତ ରହିବା ସହ ତୁରନ୍ତ ୟୁକ୍ରେନ୍କୁ ୟୁକ୍ରେନ୍କୁ ମାନବିକ ସାହାଯ୍ୟ ପଠାଇବା ଉପରେ ଗୁରୁତ୍ୱ ଦେଇଛି ।