ମହିଳାଙ୍କୁ ରୋଜଗାର ଦେଉଛି ଜାତୀୟ ପତାକା। କାମାକ୍ଷାନଗର ଅଁଳାବେରେଣୀ ଏସଏଚଜି ଗ୍ରୁପ୍ ତିଆରି କରୁଛନ୍ତି ୧୨ ହଜାର ଜାତୀୟ ପତାକା। 

75

କନକ ବ୍ୟୁରୋ: ଜାତୀୟ ପତାକା ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା ଗୋଷ୍ଠୀା ସ୍ୱାଧୀନ ଭାରତର ୭୫ ବର୍ଷକୁ ସ୍ମରଣ କରିବା ପାଈଁ ସାରା ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି । ଏହି ଅବସରରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କମ୍ ମୂଲ୍ୟରେ ଜାତୀୟ ପତାକା ମଧ୍ୟ ବିକ୍ରି ହେଉଛି । ମିଶନଶକ୍ତି ଜରିଆରେ ୧୨ ହଜାର ୫ଶହ ଜାତୀୟ ପତାକା ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି । ମିଶନଶକ୍ତି ଜରିଆରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣି ସିଲେଇ ଗ୍ରୁପ୍କୁ ଜାତୀୟ ପତାକା ନିର୍ମାଣ ଦାୟିତ୍ୱ ମିଳିଛି । ଆଉ ଏବେ ଏହି ମହିଳା ଗୋଷ୍ଠୀର ୨୫ ଜଣ ସଦସ୍ୟ, ପତାକା ତିଆରି କରିବାରେ ଲାଗି ପଡିଛନ୍ତି । ପତାକା ତିଆରି କରି ଭଲ ଦୁଇ ପଇସା ରୋଜଗାରର ଆଶା ରଖିଛନ୍ତି ମହିଳା ମାନେ । ସରକାରଙ୍କ ମିଶନଶକ୍ତି ମାଧ୍ୟମରେ ପ୍ରତ୍ୟେକ ମହିଳାଙ୍କୁ ରୋଜଗାର ଯୋଗାବବା ପାଈଁ ନିୟମ ରହିଛି । ସେହି କ୍ରମରେ ଏହି ମହିଳା ଗୋଷ୍ଠୀଙ୍କୁ ଜାତୀୟ ପତାକା ନିର୍ମାଣ ପାଇଁ ଅନୁମତି ଦିଆଯାଇଥିବା କାମାକ୍ଷାନଗର ବିଡିଓ ବିକାଶ କୁମାର ମହାନ୍ତି କହିଛନ୍ତି ।