ମନ ମୋହୁଛି ଗହୀରମଥାର ଲୁଣାଜଙ୍ଗଲ। ମହାକାଳପଡା ବତୀଘର ଅଞ୍ଚଳରେ ଶୁଭୁଛି ଗେଣ୍ଡାଳିଆଙ୍କ କଳରବ।

78

କନକ ବ୍ୟୁରୋ: ମନ ମୋହୁଛି ଲୁଣାଜଙ୍ଗଲ ଆଉ ଶୁଭୁଛି ବିରଳ ପ୍ରଜାତିର ପକ୍ଷୀଙ୍କ କୋଳାହଳ । କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମହାକାଳପଡା ବ୍ଲକ ବତୀଘର ଅଞ୍ଚଳରେ ଦେଖିବାକୁ ମିଳିଛି ପ୍ରକୃତିର ଏକ ନିଆରା ଅରରୁପ ସମ୍ଭାର । ନଦୀ ନାଳ ଘେରା ଉପକୁଳବର୍ତୀ ଅଞ୍ଚଳ । ମହାକାଳପଡା ବ୍ଲକର ବତୀଘର ଅଞ୍ଚଳରେ ରହିଛି ବିସ୍ତିର୍ଣ୍ଣ ଲୁଣା ଜଙ୍ଗଲ । ଆଉ ଏହାର ପାଶ୍ୱର୍ବର୍ତୀ ସନ୍ତସନ୍ତିଆ ଅଞ୍ଚଳ ଏବଂ ବିଲ ବାଡିରେ ଚଳିତ ବର୍ଷ ପ୍ରଥମ କରି ବିରଳ ପ୍ରଜାତିର ପେଟେଂଡ୍ ଷ୍ଟ୍ରକ୍ ପକ୍ଷୀ ଦେଖିବାକୁ ମିଳିଛି ।

ଧଳା ଓ କଳା ରଙ୍ଗର ପକ୍ଷୀଙ୍କ ହଳଦିଆ ଥଣ୍ଟ, ନାଲି ମୁହଁ, ନାଲି ଗୋଡ ଦେଖଣାହାରୀଙ୍କ ମନ ମୋହୁଛି । ପ୍ରାୟ ୨ ରୁ ୩ ଫୁଟ ଉଚ୍ଚର ଏହି ପକ୍ଷୀମାନେ ଦଳ ଦଳ ହୋଇ ଖାଦ୍ୟ ଅନ୍ୱେଶଣରେ ଲୁଣା ଜଙ୍ଗଲ ପାଶ୍ୱର୍ବର୍ତୀ ଅଞ୍ଚଳକୁ ଚାଲି ଆସିଛନ୍ତି । ଏଠାରୁ ମାଛ, କଙ୍କଡା, ଗେଣ୍ଡା ଇତ୍ୟାଦି ଖାଦ୍ୟ ଗ୍ରହଣ କରିଥାନ୍ତି । ତେବେ ଏହି ପକ୍ଷୀଗୁଡିକ ଏସିଆ ମହାଦେଶରେ ଦେଖିବାକୁ ମିଳିଥାନ୍ତି ।