ନୂଆ କୃଷି ଆଇନକୁ ନେଇ ଓଡ଼ିଶା ବିଧାନସଭା ସଚିବଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । କହିଲେ, କେନ୍ଦ୍ରର କୃଷି ଆଇନ ଅସାମ୍ବିଧାନିକ ଓ ଚାଷୀ ବିରୋଧୀ, ଏହାକୁ କାର୍ଯ୍ୟକାରୀ ନକରିବାକୁ ଜଣାଇଲେ ଦାବି ।

133

କନକ ବ୍ୟୁରୋ : ଓଡିଶା ବିଧାନସଭା ସଚିବଙ୍କୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଚିଠି । ଏହି ଚିଠିରେ ନରସିଂହ ଲେଖିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ୩ଟି କୃଷି ଆଇନ ଅସାମ୍ବିଧାନିକ ଓ ଚାଷୀ ବିରୋଧି । କୃଷି ରାଜ୍ୟର ପ୍ରସଙ୍ଗ ହୋଇଥିବାରୁ କେନ୍ଦ୍ର ସରକାର ଆଣିଥିବା ୩ଟି କୃଷି ଆଇନ ବିରୋଧରେ ରିଜଲ୍ୟୁସନ ଆଣି ଏହାକୁ କାର୍ଯ୍ୟକାରୀ ନକରିବା ପାଇଁ ସେ ଉଲ୍ଲେଖ କରିଛନ୍ତି । ସେ ଆହୁରି ଲେଖିଛନ୍ତି କେନ୍ଦ୍ର ସରକାର ରାଜ୍ୟକୁ ସମ୍ବିଧାନ ଦେଇଥିବା ଅଧିକାର ଉପରେ ଅନଧିକାର ପ୍ରବେଶ କରିବା ଠିକ ନୁହେଁ ।