ରେଳମନ୍ତ୍ରୀଙ୍କ ବୟାନ ପରେ ପ୍ରଶ୍ନ ଉଠାଇଲେ ନରସିଂହ ମିଶ୍ର: କହିଲେ କଣ୍ଟାବାଞ୍ଝିରେ ଥିବା ଜମିକୁ କାହିଁକି କରାଯାଉଛି ଅଣଦେଖା? 

164

କନକ ବ୍ୟୁରୋ: ବଲାଙ୍ଗୀରରେ ୱାଗନ ଫ୍ୟାକ୍ଟ୍ରି ନିର୍ମାଣକୁ ନେଇ ମୁହାଁମୁହିଁ ଅଶ୍ୱିନୀ ବୈଷ୍ଣବ ଓ ନରସିଂହ ମିଶ୍ର । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, କଳାହାଣ୍ଡି ୱାଗନ କାରଖାନା ପାଇଁ ୫୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଛି । ରାଜ୍ୟ ସରକାର ସଂପୂର୍ଣ୍ଣ ଜମି ଅଧିଗ୍ରହଣ କରି ହସ୍ତାନ୍ତର କରିବା ପରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନିଆଯିବ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଯଦି ପ୍ରକୃତରେ ୱାଗନ ଫ୍ୟାକ୍ଟି ନିର୍ମାଣ କରିବାକୁ ଚାହୁଁଛନ୍ତି ତେବେ କଂଟାବାଂଜିରେ ଦିଆଯାଇଥିବା ୭୦ ଏକର ଜମିକୁ କାହିଁକି ଅଣଦେଖା କରାଯାଉଛି । ବିଧାନସଭାର ରେଳ କମିଟି ଦ୍ୱାରା ଏହି ଜମିକୁ ସୁପାରିସ କରିଥିବା କହିଛନ୍ତି ନରସିଂହ ।