ଖଣି ଅଞ୍ଚଳର ରୋଚକ ରାଜନୀତି: କାହାର ରହିବ ପଲ୍ଲା ଭାରି, ସନା ମହାକୁଡ କ୍ୟାମ୍ପ ଓ ବିଧାୟକଙ୍କ କ୍ୟାମ୍ପ ମଧ୍ୟରେ ଟଣାଓଟରା 

258

କନକ ବ୍ୟୁରୋ: ଖଣି ଅଂଚଳରେ ପତିଆରା ପାଇଁ ହାତ ମିଳାଇଲେ ଦୁଇ ବିରୋଧୀ । କେନ୍ଦୁଝର ରାଜନୀତିର ଦୁଇ ପାରମ୍ପାରିକ ଶତ୍ରୁ ସନାତନ ମହାକୁଡ ଓ କୁଶ ଆପଟ ଏବେ ମିଳିତ ଭାବରେ ନିୟନ୍ତ୍ରଣ କରୁଛନ୍ତି ଜିଲ୍ଲାର ପଂଚାୟତ ନିର୍ବାଚନ ମୈଦାନ । ଆଉ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହନ୍ତଙ୍କୁ ଚେକ୍ ଦେବାକୁ ଏମିତି ରଣନୀତି ତିଆରି କରାଯାଉଛି ବୋଲି ଚର୍ଚ୍ଚା ହେଉଛି । ଏକଦା ସନାଙ୍କ ଆଶୀର୍ବାଦରୁ ବିଜେଡି ଟିକେଟ ପାଇ ବିଧାୟିକା ହୋଇଥିବା ମୀନାକ୍ଷୀ ପରେ ନିଜେ ସଂଗଠନ କରି ସମଗ୍ର ଅଂଚଳରେ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଥିଲେ । ଯାହାକୁ ହଜମ କରିପାରିନାହାନ୍ତି ଖଣି ବାଦଶାହା କୁହାଯାଉଥିବା ଏହି ଦୁଇ ନେତା । ସେପଟେ ମୀନାକ୍ଷୀ ମଧ୍ୟ ଚମ୍ପୁଆ କୁରୁକ୍ଷେତ୍ରକୁ ନିଜ କବ୍ଚାରେ ରଖିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି ।

ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦୁଝର ଜିଲ୍ଲା ଦାୟିତ୍ୱରେ ଥିବା କାରଣରୁ ଜିଲ୍ଲା ପରିଷଦ ଆସନ ପାଇଁ ଦଳୀୟ ପ୍ରାର୍ଥୀ ଚୟନରେ ଏହି ବିବାଦ ସାମ୍ନାକୁ ଆସିନାହିଁ । କିନ୍ତୁ ତୃଣମୂଳ ସ୍ତରରେ ଏକାଧିକ ପ୍ରାର୍ଥୀ ବିଜେଡି ସମର୍ଥିତ ବୋଲି ଦାବି କରିବା ଏବେ ଭୋଟରଙ୍କୁ ଦ୍ୱନ୍ଦରେ ପକାଇଛି । ଏହି ର୍ପାର୍ଥି ମାନେ ନବୀନ ଓ ବିଜେଡିର ଗୁଣଗାନ କରୁଛନ୍ତି କିନ୍ତୁ ପ୍ରଚାର ବେଳେ ସନା-କୁଶ ଓ ମୀନାକ୍ଷୀ ଗୋଷ୍ଠୀ ଭିତରେ ଲଢେଇର ସ୍ପଷ୍ଟ ସୂଚନା ମିଳୁଛି ।

କେନ୍ଦୁଝର ଜିଲ୍ଲା ତଥା ଚମ୍ପୁଆ ଅଂଚଳରେ ଯାହାର ପତିଆରା ଯେତେ ଅଧିକ ହେବ, ଖଣି ଓ ଏହା ସହ ଜଡିତ ବ୍ୟବସାୟ ଉପରେ ତାର ନିୟନ୍ତ୍ରଣ ମଧ୍ୟ ସେତେ ବେଶୀ ହେବ । ତେଣୁ ଧନୀ ଜିଲ୍ଲାର ଗରିବ ଭୋଟର କାହା ମୁଣ୍ଡ ଉପରେ ସୁନା କଳସୀ  ଢାଳୁଛନ୍ତି ଏବଂ ଏହି ଦୁଇ ଗୋଷ୍ଠୀ ଭିତରେ ଲଢେଇ ବିରୋଧୀଙ୍କୁ କେତେ ସୁହାଉଛି, ତା ଉପରେ ନଜର…