ଭାରତ-ବନାମ ଇଣ୍ଡିଆ ବିବାଦ ନିଆଁରେ ଘିଅ ଢାଳିଲା କଂଟ୍ରି ନେମ ପ୍ଲେଟ । ପ୍ରଧାନମନ୍ତ୍ରୀଙ୍କ ଆସନ ସମ୍ମୁଖ ନେମ ପ୍ଲେଟରେ ଇଣ୍ଡିଆ ବଦଳରେ ଲେଖାଗଲା ଭାରତ

9,370

କନକ ବ୍ୟୁରୋ : ଭାରତ ବନାମ ଇଣ୍ଡିଆ ନାଁକୁ ନେଇ ଦେଶରେ ଚାଲିଛି ବିବାଦ । ଏହି ବିବାଦ ଭିତରେ ମୋଦି ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଜି-୨୦ ସମ୍ମିଳନୀରେ ଯୋଗ ଦେଉଥିବା ବିଶ୍ୱସ୍ତରୀୟ ନେତାଙ୍କ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ନିମନ୍ତଣ ପତ୍ରରେ ଭାରତ ଲେଖା ଘଟଣାକୁ ନେଇ ବିବାଦ ଦେଖାଯାଇଥିବାବେଳେ ଏବେ ଏବେ ଜି ୨୦ କଂଟ୍ରି ନେମ ପ୍ଲେଟରେ ପୁଣି ଥରେ ଇଣ୍ଡିଆ ସ୍ଥାନରେ ଭାରତ ଲେଖା ଦେଖିବାକୁ ମିଳିଛି    । ଅର୍ଥାତ ବିଶ୍ୱନେତାଙ୍କ ସମ୍ମୁଖରେ ନିଜକୁ ଇଣ୍ଡିଆ ନୁହେଁ ଭାରତର ପ୍ରଧାନମନ୍ତ୍ରୀ ରୁପରେ ପରିଚିତ କରାଇଛନ୍ତି ମୋଦୀ । ସେହିଭଳି ଜି-୨୦ ପୁସ୍ତିକାରେ ଇଣ୍ଡିଆ ଶବ୍ଦ ନଥିବାବେଳେ କେବଳ ଭାରତ ଶଦ୍ଧର ବ୍ୟବହାର କରାଯାଇଛି । ଶୀର୍ଷକ ଲେଖା ରହିଛି ‘ଭାରତ-ଦ ମଦର ଅଫ ଡେମୋକ୍ରେସି’ । ମିଳିତ ଜାତିସଂଘ କହିଛି ଯଦି ଭାରତ ସବୁ ଔପଚାରିକତା ପୂରା କରିବ ତେବେ ୟୁଏନ ରେକର୍ଡରେ ଦେଶର ନାଁ ଇଣ୍ଡିଆ ପରିବର୍ତେ ଭାରତ କରାଯିବ । ସମ୍ମିଳନୀରେ ଯୋଗ ଦେଇଥିବା ମିଳିତ ଜାତିସଂଘର ମହାସଚିବଙ୍କ ମୁଖପାତ୍ର ଷ୍ଟିପେନ ଡୁଜାରିକ ସ୍ପଷ୍ଟ କରିଛନ୍ତି ।