ତରଳୁଛି ଆଣ୍ଟାର୍କଟିକାର ‘ଡୁମ୍ସଡେ ଗ୍ଲେସିୟର’ । ୭୦ସେଣ୍ଟିମିଟର ବୃଦ୍ଧି ପାଇବ ସମୁଦ୍ରର ଜଳସ୍ତର

221

କନକ ବ୍ୟୁରୋ: ତରଳୁଛି ଆଣ୍ଟାର୍କଟିକାର ଡୁମ୍ସଡେ ଗ୍ଲେସିୟର । ଆଣ୍ଟାର୍କଟିକାରେ ଥିବା ଏକ ଗ୍ଲେସିୟରର ନାଁ ହେଉଛି ଥ୍ୱାଇଟ୍ସ ଗ୍ଲେସିୟର ଏବଂ ଏହା ଡୁମ୍ସଡେ ଗ୍ଲେସିୟର । ଏବେ ଏହି ବିରାଟ ହିମଶୈଳ ତରଳି ଯାଇ କ୍ଷୟ ପାଉଥିବା ନୂତନ ଅଧ୍ୟୟନରୁ ଜଣାପଡିଛି । ଏହାକୁ ନେଇ ପରିବେଶବିତ ମାନେ ଚିନ୍ତା ପ୍ରକାଶ କରିଛନ୍ତି । ଭାରତର ଗୁଜରାଟ ରାଜ୍ୟ ଆକାର ବିଶିଷ୍ଟ ଏହି ଗ୍ଲେସିୟର ଯଦି ତରଳି କ୍ଷୟ ପାଇବାରେ ଲାଗି ଯାଏଁ ତେବେ ବିଶ୍ୱ ସମୁଦ୍ର ସ୍ତରରେ ପ୍ରଳୟ ସୃଷ୍ଟିକାରି ଉତଥାନ ଘଟିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ପୃଷ୍ଠଭୂମିର ଅଧ କିଲୋମିଟର ତଳେ ସମୁଦ୍ରର ଉଷ୍ମଜଳ ଗ୍ଲେସିୟରକୁ ତଳୁ ତରଳାଉଥିବା ବେଳେ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଏହାକୁ ଉପରପଟୁ ତରଳାଉଛି ।

ତରଳୁଛି ଆଣ୍ଟାର୍କଟିକାର ‘ଡୁମ୍ସଡେ ଗ୍ଲେସିୟର’

  • ଥ୍ୱାଇଟ୍ସ ଗ୍ଲେସିୟର, ଯାହା ଡୁମ୍ସଡେ ଗ୍ଲେସିୟର ଭାବେ ଜଣାଶୁଣା
  • ଏହି ଗ୍ଲେସିୟର ଏବେ ତରଳିବାକୁ ଲାଗିଛି
  • ୧୨୦କିଲୋମିଟର ଚଉଡ଼ା ହିମଶୈଳରେ ବର୍ଷକୁ ୪୩ମିଟର ଦୀର୍ଘ ଉପତ୍ୟକା ସୃଷ୍ଟି ହେଉଛି
  • ବ୍ରିଟିସ ଆଣ୍ଟାର୍କଟିକ ସର୍ଭେର ଗବେଷକଙ୍କ ଏନେଇ ସୂଚନା ଦେଇଛନ୍ତି
  • ଏହି ଗବେଷଣାର ତଥ୍ୟ ‘ନେଚର’ ପତିକ୍ରାରେ ପ୍ରକାଶ ପାଇଛି
  • ଗ୍ଲେସିୟର ତରଳିବା ଯୋଗୁଁ ଶହ ଶହ ଟନ୍ ବରଫ, ଜଳ ହୋଇ ସମୁଦ୍ରରେ ମିଶୁଛି
  • ଫଳରେ ସମୁଦ୍ର ସ୍ତର ବର୍ଷକୁ ୪% ଲେଖାଏଁ ବୃଦ୍ଧି ପାଉଛି
  • ୧୯୯୦ ଦଶକ ଶେଷ ଭାଗରୁ ହିମଶୈଳଟି ୧୪ କିଲୋମିଟର ହ୍ରାସ ପାଇସାରିଲାଣି
  • ଏହା ସମୁଦ୍ରାକୁ ଲାଗିଥିବାରୁ ଅଧିକ ପରିମାଣରେ ସମୁଦ୍ରର ଉଷ୍ମଜଳ ସଂସ୍ପର୍ଶରେ ଆସୁଛି
  • ବିଶେଷଜ୍ଞଙ୍କ କହିବା ଅନୁସାରେ ଡୁମ୍ସଡେ ଗ୍ଲେସିୟର ସମ୍ପୂର୍ଣ୍ଣ ଭାବେ ତରଳି ଗଲେ ସମୁଦ୍ରର ଜଳସ୍ତର ୨ଫୁଟରୁ ଅଧିକ ବୃଦ୍ଧି ପାଇବ
  • ୨ ଫୁଟ୍ ବା ୭୦ସେଣ୍ଟିମିଟର ବୃଦ୍ଧି ପାଇବ ସମୁଦ୍ରର ଜଳସ୍ତର
  • ପୃଥିବୀର ଉପକୂଳବର୍ତ୍ତୀ ସହର ଗୁଡିକ ସମୁଦ୍ରରେ ବିଲୀନ ହୋଇଯିବ
  • ଡୁମ୍ସଡେ ଗ୍ଲେସିୟର ପଶ୍ଚିମ ଆଣ୍ଟାର୍କଟିକାର ଅବଶିଷ୍ଟ ବରଫକୁ ମଧ୍ୟ ସମୁଦ୍ରଠାରୁ ଏକ ବନ୍ଧ ପରି ସୁରକ୍ଷା ଦେଇଥାଏ
  • ଯଦି ଏହି ଗ୍ଲେସିୟର ତରଳିଯିବ ତେବେ ଅବଶିଷ୍ଟ ଗ୍ଲେସିୟର ବି ସୁରକ୍ଷା ପାଇପାରିବ ନାହିଁ
  • ଅବଶିଷ୍ଟ ଗ୍ଲେସିୟର ମଧ୍ୟ ତରଳିବାକୁ ଲାଗିବ
  • ତା’ପରେ ବିଶ୍ୱ ସମୁଦ୍ରର ଜଳସ୍ତର ୧୦ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇବ
  • ବିଶ୍ୱ ତାପନକୁ ରୋକିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ