୧ ଟଙ୍କା ଦିଅନ୍ତୁ ଚାକିରି ପାଆନ୍ତୁ । ମୁମ୍ବାଇର ଯୁବକ ଆଣିଲେ ଗରୀବ , ମଧ୍ୟବିତ୍ତ, ସ୍ୱଳ୍ପ ଶିକ୍ଷିତଙ୍କ ପାଇଁ ନୂଆ ଆପ୍ ।

15,298

କନକ ବ୍ୟୁରୋ: ଦେଶର ଏକ ବୃହତ ଜନସଂଖ୍ୟା ଚାକିରି ସନ୍ଧାନରେ । ସେଣ୍ଟର ଫର୍ ମନିଟରିଙ୍ଗ ଇଣ୍ଡିଆନ୍ ଇକୋନୋମି ବା (ସିଏମଆଇଇ) ଦିନକ ପୂର୍ବରୁ ଜାରି କରୁଥିବା ଏକ ରିପୋର୍ଟ ମୁତାବକ, ୨୦୨୧ ଡିସେମ୍ବର ସୁଦ୍ଧା ଭାରତରେ ୫.୩ କୋଟି ଲୋକ ବେରୋଜଗାର ଥିଲେ । ଏଥିରୁ ମହିଳାଙ୍କ ସଂଖ୍ୟା ଥିଲା ୧.୭ କୋଟି । କରୋନା ପରେ ଏହି ସମସ୍ୟା ଆହୁରି ଉକ୍ରଟ ହେବାକୁ ଲାଗିଛି । ହେଲେ ଏହି ବେକାରୀ ସମସ୍ୟା ଜଣେ ଯୁବକଙ୍କୁ ବଞ୍ଚିବାର ରାହା ଦେଖାଇଲେ ଏବଂ ସେ ଏବେ ହଜାର ହଜାର ଯୁବକ ଯୁବତୀଙ୍କୁ ବଞ୍ଚିବାର ବାଟ ଦେଖାଉଛନ୍ତି । ମାତ୍ର ୧ ଟଙ୍କା ଦେଇ ଚାକିରି ପାଇବାର ଏକ ନିଆରା ଆପ୍ଲିକେସନ୍ ଆଣିଛନ୍ତି ମୁମ୍ବାଇର ଯୁବକ ଉଦୟ ପାୱାର ।

ମୁମ୍ବାଇର ଝୁଗ୍ଗିରେ ରହୁଥିବା ଉଦୟ ଏପରି ଏକ ଆପ୍ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ମାତ୍ର ୧ ଟଙ୍କା ଖର୍ଚ୍ଚ କରି ଆପଣ ନିଜ ଯୋଗ୍ୟତା ଅନୁସାରେ ଚାକିରି ପାଇପାରିବେ । ଏହାର ନାଁ ହେଉଛି ‘ଟିଙ୍ଗ ଟଙ୍ଗ୍ ଆପ୍ ଏକ୍ କାମ ଅନେକ ‘ । ଉଦୟଙ୍କ କହିବା କଥା ହେଉଛି, ଏହି ଆପ୍ ମାଧ୍ୟମରେ ଏସୀଆର ସବୁଠାରୁ ବଡ ବସ୍ତି ଭାବେ ଜଣା ଝୁଗ୍ଗି ବସ୍ତିର କମ୍ ଶିକ୍ଷିତ ଲୋକଙ୍କୁ କାମ ପାଇବାକୁ ସୁଯୋଗ ମିଳିବ । ଯଦି କେହି ଚାକିରି ପାଇବାକୁ ଚାହୁଁଛି ତାହେଲେ ଏହି ଆପ୍ଲିକେସନ୍ ସାହାଯ୍ୟ କରିପାରିବ ।

ଏହି ଆପରେ ଟଙ୍କାଟିଏ ଜମା କଲେ ଆଖପାଖର କ୍ଲିନିକ୍, ପ୍ଲମ୍ବର, ଇଲେକ୍ଟ୍ରିସିଆନ୍, ଓକିଲ ମାନଙ୍କ ପାଖରେ ଆବଶ୍ୟକ କାମ ପାଇଁ ସୂଚନା ମିଳିବ । ଫଳରେ ନିଜ ଯୋଗ୍ୟତା ଅନୁସାରେ ସେମାନେ ଚାକିରି ପାଇଁ ଠିକଣା ସ୍ଥାନରେ ପହଞ୍ଚିପାରିବେ ।