ଖରାପ ପ୍ରଦର୍ଶନକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସରେ ମତଭେଦ । ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ନେଇ ବଢିଲା ଚର୍ଚ୍ଚା ।

1,696

କନକବ୍ୟୁରୋ : ପ୍ଲେ ଅଫରୁ ବିଦା ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏହାପରେ ଦଳର ଖେଳାଳିଙ୍କ ମଧ୍ୟରେ ମତଭେଦର ଖବର ସାମ୍ନାକୁ ଆସିଛି । ଦଳର ବରିଷ୍ଠ ଖେଳାଳି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ମ୍ୟାନେଜମେଂଟ ପାଖରେ ଫେରାଦ ହୋଇଥିବା କୁହାଯାଉଛି । ସେପଟେ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ହାରିବା ପରେ ଲକ୍ଷେ୍ନ ମାଲିକଙ୍କ ଆଚରଣକୁ ନେଇ କ୍ରୀଡାପ୍ରେମୀ ଅସନ୍ତଷ୍ଟ । ଭାଇରାଲ ଭିଡିଓରେ ସେ ଲକ୍ଷେ୍ନଅଧିନାୟକ କେ ଏଲ ରାହୁଲଙ୍କୁ କ୍ଷୁବ୍ଧ ହୋଇ କିଛି କହୁଥିବା ଜଣାପଡିଛି । ୪ ବର୍ଷ ମଧ୍ୟରେ ଦ୍ୱିତୀୟ ଥର । ଆଇପିଏଲ୍ ସିଜନରୁ ପ୍ରଥମେ ବାଦ ପଡିଲା ମୁମ୍ବାଇ ଇଣ୍ଡିଆନ୍ସ । ମଂଗଳବାର ହାଇଦ୍ରାବାଦ ବିଜୟୀ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରୁ ବିଦା । ୨୦୨୨ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ୧୦ ନମ୍ବରରେ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଥିଲା । ଏବେ ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳର ସମାନ ଅବସ୍ଥା ଘଟିଛି ।

ଏହାକୁ ନେଇ ଏବେ ଦଳରେ ମତଭେଦର ଖବର ସାମ୍ନାକୁ ଆସିଛି । ରିପୋର୍ଟରେ ଦାବି କରାଯାଇଛି ଯେ ମ୍ୟାଚରେ ମୁମ୍ବାଇର ପରାଜୟ ପରେ ଦଳର ବରିଷ୍ଠ ଖେଳାଳିମାନେ ହାର୍ଦ୍ଦିକଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠାଇ ମ୍ୟାନେଜମେଂଟ ନିକଟରେ ଅଭିଯୋଗ କରିଛନ୍ତି । ଜତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଶୈଳୀ ପାଇଁ ଡ୍ରେସିଂ ରୁମରେ କୌଣସି ଉତ୍ସାହ ନଥିଲା । ଦଳର ଅନେକ ବରିଷ୍ଠ ସଦସ୍ୟ ଟିମ୍ ମ୍ୟାନେଜମେଂଟକୁ ଏହା କୁଆଡେ କହିଛନ୍ତି । ଖେଳାଳି ଏବଂ କୋଚିଂ ଷ୍ଟାଫ୍ ମୁମ୍ବାଇରେ ଏକ ମ୍ୟାଚ୍ ପରେ ଭେଟିଥିଲେ । ଯେଉଁଥିରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ଯଶପ୍ରୀତ ବୁମ୍ରାଙ୍କ ଭଳି ଦଳର ସବୁଠାରୁ ବରିଷ୍ଠ ସଦସ୍ୟ ମଧ୍ୟ ସାମିଲ ଥିଲେ ।

ଏହି ସମୟରେ ଖେଳାଳିମାନେ କୋଚିଂ ଷ୍ଟାଫଙ୍କ ଆଗରେ ଦଳର ପ୍ରଦର୍ଶନର କାରଣ ରଖିଥିଲେ । ଏହି ବୈଠକ ପରେ କିଛି ବରିଷ୍ଠ ଖେଳାଳିଙ୍କୁ ପୃଥକ ପୃଥକ ଭେଟିଥିଲା ମ୍ୟାନେଜମେଂଟ । ଏବଂ ସେଠାରେ ମଧ୍ୟ ସମାନ ଅଭିଯୋଗ ଆସିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଦଳରେ ନେତୃତ୍ୱ ସଙ୍କଟ ନାହିଁ । ରୋହିତଙ୍କ ଅଧିନାୟକତ୍ୱ ଶୈଳୀରେ ଦଳ ଦୀର୍ଘ ଦିନ ଧରି ଖେଳିବାରେ ଅଭ୍ୟସ୍ତ ଥିଲା । ତେଣୁ ନେତୃତ୍ୱ ପରିବର୍ତ୍ତନ ପରେ ନୂଆ ଅଧିନାୟକଙ୍କ ପଦ୍ଧତି ସହ ମେଳ ଖାଇବାକୁ ସମୟ ଲାଗୁଛି ଯାହା ବିଶ୍ୱର ବିଭିନ୍ନ ଦଳରେ ବାରମ୍ବାର ଦେଖିବାକୁ ମିଳେ ବୋଲି ଦାବି ହୋଇଛି ।

ଆଇପିଏଲ ମ୍ୟାଚର ୫୭ ତମ ମ୍ୟାଚରେ ହାଇଦ୍ରାବାଦଠୁ ହାରିଛି ଲକ୍ଷେ୍ନ । ଏହାପରେ ଲକ୍ଷେ୍ନ ମାଲିକ ସଂଜୀବ ଗୋୟଙ୍କା ଏବଂ କ୍ୟାପଟେନ କେଏଲ ରାହୁଲଙ୍କ କଥାବାର୍ତାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଗୋୟଙ୍କା କେଏଲ ରାହୁଲଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିବା ପରେ କ୍ରିକେଟ ପ୍ରେମୀ ଗୋୟଙ୍କାଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇଛନ୍ତି । ସନରାଇଜର୍ସ ହାଇଦ୍ରାବାଦଠାରୁ ୧୦ ୱିକେଟରେ ପରାସ୍ତ ହେବା ପରେ ଲକ୍ଷେ୍ନø ସୁପର ଜାଏଂଟସ ଦଳର ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ସାମ୍ନାରେ କେଏଲ ରାହୁଲ ଅସହାୟ ଦେଖାଯାଉଛନ୍ତି ।

ଏପରି ଆଲୋଚନା ଡ୍ରେସିଂ ରୁମ ଭିତରେ ହେବା ଉଚିତ ବୋଲି କୁହାଯାଉଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ଲୋକ କମେଂଟ କରିଛନ୍ତି ଯେ କେଏଲ ରାହୁଲ ତୁରନ୍ତ ଲକ୍ଷେ୍ନø ସୁପରଜାଏଂଟସ ଟିମ୍ ଛାଡିବା ଉଚିତ୍ । ରାହୁଲଙ୍କ ବ୍ୟାଟିଂ କୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି । ଆଇପିଏଲ୍ରେ ଲକ୍ଷେ୍ନø ସୁପରଜାଏଂଟସ ଏଯାବତ ୧୨ଟି ମ୍ୟାଚ୍ ରୁ ୬ଟିରେ ବିଜୟୀ ହୋଇ ପଏଂଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । କିନ୍ତୁ ଏବେ ବି ଲକ୍ଷେ୍ନ ପାଖରେ ପ୍ଲେ ଅଫକୁ ଯିବାର ସୁଯୋଗ ରହିଛି । ଆଗକୁ ୨ଟିରୁ ୨ଟି ମ୍ୟାଚ ଜିତିଲେ ପ୍ଲେ ଅଫରେ ସ୍ଥାନ ପାଇବା ସମ୍ଭାବନା ବଢିବ । କିନ୍ତୁ ହଠାତ ମାଲିକଙ୍କ ଏପରି ଆଚରଣ କ୍ରୀଡାପ୍ରେମୀଙ୍କୁ କ୍ଷୁବ୍ଧ କରିଛି ।