ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର: ନବୀନ କହିଲେ, ୨୦୩୪ ସୁଦ୍ଧା ଓଡିଶା ହେବ ଭାରତର ଏକନମ୍ବର ରାଜ୍ୟ

626

କନକ ବ୍ୟୁରୋ: ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ନିର୍ବାଚନୀ ଇସ୍ତାହାର ‘ଓଡିଶା ନମ୍ବର ୧’ ଜାରି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇସ୍ତାହାର ଜାରି କରି ନବୀନ କହିଲେ, ୨୪ ବର୍ଷରେ ବିଜେଡି ସରକାର ଓଡିଶାରେ ବିକାଶ କରିଛି । ଗରିବ ପଛୁଆ ରାଜ୍ୟ ଆଜି ଓଡିଶା ପାଇଁ ଅତିତ ହୋଇଛି । ଆଜିର ଓଡିଶା ଏକ ଆଧୁନିକ ଓଡିଶା ।

ନବୀନ କହିଛନ୍ତି, ଏହି ଘୋଷଣା ପତ୍ର ଓଡିଶାରେ ଏକ ସୁବର୍ଣ୍ଣ ଯୁଗର ଭିତ୍ତି ପକାଇଛି । ୨୦୩୪ ସୁଦ୍ଧା ଓଡିଶା ଭାରତର ହେବ ଏକ ନମ୍ବର ରାଜ୍ୟ । ୫ଟି ଉପକ୍ରମରେ ଓଡିଶା ଲେଖିବ ନୂଆ ଇତିହାସ । ଯୁବଶକ୍ତି ହେବେ ଏହାର ସାଥୀ । ତେଣୁ ଏହି ଘୋଷଣାପତ୍ର ଯୁବଶକ୍ତିଙ୍କ ଘୋଷଣା ପତ୍ର । ଯୁବଶକ୍ତି ପାଇଁ ରାଜ୍ୟ ବିଶେଷ ବଜେଟ ଆଣିବ । ଏଥିପାଇଁ ୧ଲକ୍ଷ କୋଟିର ଅଲଗା ବଜେଟ ଆସିବ । ୧୦ ବର୍ଷ ପାଇଁ ଏହି ବଜେଟର ବ୍ୟବସ୍ଥା ହେବ ।a

ନୂଆ ଛାତ୍ରବୃତ୍ତି ସରକାର ଲାଗୁ କରିବେ । ଛାତ୍ରୀଙ୍କୁ ବାର୍ଷିକ ୧୪ ହଜାର, ଛାତ୍ରଙ୍କୁ ବାର୍ଷିକ ୧୨ ହଜାର ମିଳିବ । କଲେଜର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ବୃତ୍ତି କରାଯିବ ବୋଲି ନବୀନ କହିଛନ୍ତି ।

ନବୀନ ଘୋଷଣା ପତ୍ରରେ ଆହୁରି କହିଛନ୍ତି, ୫ ବର୍ଷରେ ୨ ଲକ୍ଷ ସରାକରୀ ଚାକିରି । ଆଗାମୀ ୫ ବର୍ଷରେ ସରକାର ଯୋଗାଇବେ ଚାକିରି । ୫ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଯିବ । ଅର୍ଥନୈତି୍କ ବିକାଶ ପାଇଁ ଇକୋସିଷ୍ଟମ ଶକ୍ତିଶାଳୀ କରାଯିବ । ରାଜ୍ୟକୁ ଦେଶର ବିକଶିତ ରାଜ୍ୟରେ ପରିଣତ କରାଯିବ । ଦେଶର ଶ୍ରେଷ୍ଠ ୩ଟି ଅର୍ଥନୈତିକ ବିକଶିତ ରାଜ୍ୟ ଲକ୍ଷ୍ୟ ।

ଓଡିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ । ପର୍ଯ୍ୟଟନ ପାଇଁ ୧୦୦ଟି ସ୍ଥାନ ଉପରେ ଧ୍ୟାନ ଦିଆଯିବ । ପୁରୀକୁ ଅନ୍ତର୍ଜାତୀୟ ସହର ଭାବେ ବିକଶିତ କରାଯିବ । ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରାଯିବ । ୨୦ ପ୍ରମୁଖ ସହର ସହ ଲ କ୍ଷ୍ମୀ ବସ ସଂଯୋଗ ହେବ । ମେଟ୍ରୋ କାର୍ଯ୍ୟ ବିଭିନ୍ନ ସହରକୁ ସମ୍ପ୍ରସାରିତ ହେବ । ଭୁବନେଶ୍ୱର, ପୁରୀ, କଟକକୁ ସଂଯୋଗ ହେବ ବୋଲି ନବୀନ ଘୋଷଣା ପତ୍ରରେ କହିଛନ୍ତି ।