ମୁମ୍ବାଇ ଏୟାରହୋସଟେଜ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ସିସିିଟିଭି ଫୁଟେଜ ଆଧାରରେ ଗିରଫ କଲା ମୁମ୍ବାଇ ପୁଲିସ

1,713

କନକ ବ୍ୟୁରୋ : ବିବାର ମଧ୍ୟାହ୍ନ ସମୟରେ ମୁମ୍ବାଇ ମରୋଲ ଅଂଚଳର ଏକ ଆପାଟମେଂଟରେ ସେତିକି ବେଳେ ହୋହାଲ୍ଲା ଶୁଭିଥିଲା ଯେତେବେଳେ ବିଲଡିଂ ଏକ ଫ୍ଲୋରରୁ ମିଳିଥିଲା ରକ୍ତ ଜୁଡୁବୁଡୁ ଜଣେ ଯୁବତୀଙ୍କ ମୃତ ଶରୀର । ଯୁବତୀ ଜଣ ଅର୍ଦ୍ଦ ନଗ୍ନ ଅବସ୍ଥାରେ ଫ୍ଲାଟ ଭିତରେ ପଡିଥିବା ଦେଖି ତାଙ୍କର ଜଣେ ସାଙ୍ଗ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ୪୮ଘଂଟା ନପୁରୁଣ ପୁଲିସକୁ ମିଳିଛି ସଫଳତା । ଏହି ବିଭତ୍ସ ହତ୍ୟା ପଛରେ ଆଉ କେହି ନୁହେଁ ପ୍ରତିଦିନ ଅଳିଆ ନେବାକୁ ଆସୁଥିବା ସଫେଇ କର୍ମଚାରୀ ବିକ୍ରମ ଆଠାୱାଲେର ହାତ ରହିଥିବା କହିଛି ପୁଲିସ । ସୂଚନା ଅନୁସାରେ ରୁପଲଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ । ସେପ୍ଟେମ୍ବର ୩ ତାରିଖ ସମୟ ପ୍ରାୟ ସକାଳ ୧୧ଟା ୩୦ ମିନିଟ । ରୂପଲଙ୍କ ଘରେ ପହଁଚେ ସଫେଇ କର୍ମଚାରୀ ବିକ୍ରମ ଆଠାୱାଲେ । ଆପାର୍ଟମେଂଟରକୁ ଯିବା ସମୟରେ ୟୁନିଫର୍ମ ପିନ୍ଧିଥିବା ବିକ୍ରମ ଦୁଇ ଘଂଟା ପରେ ସବୁ ପ୍ରମାଣ ନଷ୍ଟ କରି ଅନ୍ୟ ଏକ ପୋଷାକ ପିନ୍ଧି ସେଠାରୁ ଫେରାର ହୋଇଯାଏ ।

ତେବେ ପୁଲିସ ଆପାର୍ଟମେଂଟ ସିସିଟିଭିକୁ ଛାନଭିନ କରିବା ପରେ ୪୫ଜଣ ସନ୍ଦିଗ୍ଦକୁ ଜେରା କରିଥିଲା । ତେବେ ସବୁଠୁ ଅଧିକ ସନ୍ଦିଗ୍ଧ ଥିଲା ସଫେଇ କର୍ମଚାରୀ । ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଜେରା କରିବା ପରେ ସବୁ ସତ ଉଗାଳିଥିଲା ସଫେଇ କର୍ମଚାରୀ ବିକ୍ରମ ଅଠାୱାଲେ । ଏହି ଯୁବତୀ ଥିଲେ ଏକ ଘରୋଇ ବିମାନ କମ୍ପାନୀର ଏୟାର ହୋସଷ୍ଟେଜ । ଛତିଶଗଡରୁ ଆସି ଛଅ ମାସ ତଳେ ରୁପଲ ଓଗୋରେ ଚାକିରି କରୁଥିଲେ । ତେବେ କେଉଁ ପରିସ୍ଥିତିରେ କାହିଁକି ଓ କିଏ ରୁପଲଙ୍କୁ ହତ୍ୟା କରିଥିଲା ଏନେଇ ଛାନଭିନ ଆରମ୍ଭ କରିଥିଲା ମୁମ୍ବାଇ ପୁଲିସ ।