ଆପତିଜନକ ଟିପ୍ପଣୀ ଦେଇ ବିବାଦରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର । ବିଜେପି ସାଂସଦ ହେମାମାଳିନୀଙ୍କ ଉପରେ ବୟାନକୁ ନେଇ କଂଗ୍ରେସ କଲା ଟାର୍ଗେଟ

230

କନକ ବ୍ୟୁରୋ : ବିବାଦରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର । ମନ୍ତ୍ରୀଙ୍କ ଏକ ଭିଡିଓ ବେଶ ଭାଇରାଲ ହେଉଛି । ଯେଉଁଥିରେ ସେ ବିଜେପି ସାଂସଦ ତଥା ଅଭିନେତ୍ରୀ ହେମାମାଳୀନୀଙ୍କ ଉପରେ ଆପତିଜନକ ଟିପ୍ପଣୀ ଦେଉଥିବା ଦେଖିବାକୁ ମିଳିଛି । ଏକ ଜନସଭାକୁ ସମ୍ବୋଧିତ କରି ନରୋତମ ମିଶ୍ର କହିଥିଲେ ଯେ ଦତିଆ ଜିଲ୍ଲାର ବର୍ତମାନ ଏପରି ବିକାଶ ଦିଗରେ ଆଗଉଛି କି ହେମାମାଳିନୀଙ୍କୁ ମଧ୍ୟ ନଚେଇ ଦେଇପାରୁଛି । ସୋସିଆଲ ମିଡିଆରେ ଏହି ଭିିଡିଓ ଭାଇରାଲ ହେବା ପରେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ ।