ଅଯୋଧ୍ୟ ରାମମନ୍ଦିର ପ୍ରାଣପ୍ରତିଷ୍ଠା ଦିନ ଘୋଷଣା ପରେ ତେଜିଲା ରାଜନୀତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣକୁ ବିରୋଧୀଙ୍କ ବିରୋଧ
କନକ ବ୍ୟୁରୋ : ୫ଶହ ବର୍ଷ ସଂଘର୍ଷର ପରିଣତି । କିଛି ଏଭଳି ଲେଖି ନିର୍ମାଣଧିନ ରାମ ମନ୍ଦିରର ନୂଆ ଭିଜୁଆଲ ଜାରି କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର । ଅତି ନିଖୁଣ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥିବା ଏଥିରେ ଦେଖିବାକୁ ମିଳିଛି । ଉତରପ୍ରଦେଶ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଜାନୁୟାରୀ ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । ତାରିଖ ଧାର୍ଯ୍ୟ ହେବା ପରେ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି ।
– ଜାନୁୟାରୀ ୨୨ରେ ହେବ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା
– ଦିନ ୧୨ଟା ୩୦ରୁ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ
– ଗର୍ଭଗୃହରେ ସ୍ଥାପନ ହେବ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି
– ସାମିଲ ହେବେ ଦେଶର ୪ ହଜାର ସନ୍ଥ-ମହାତ୍ମା
– ୨୫୦୦ ବିଶିଷ୍ଟ ଅତିଥି ବି ହେବେ ସାମିଲ
– ବୈଦିକ ରୀତିନୀତିରେ ଚାଲିବ ସମସ୍ତ କାର୍ଯ୍ୟକ୍ରମ
– ଜାନୁଆରୀ ୧୪ ମକର ସଂକ୍ରାନ୍ତିରୁ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା
– ୧୦ ଦିନ ଧରି ଚାଲିବ ସ୍ୱତନ୍ତ୍ର ପୂଜାର୍ଚ୍ଚନା

Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟକ୍ରମରେ ସାମିଲ ପାଇଁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ନିମନ୍ତ୍ରଣଙ୍କୁ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଜୟ ସିଆରାମ । ଆଜିର ଦିନ ବହୁତ ଭାବପୂର୍ଣ୍ଣ । ଏହା ମୋ ପାଇଁ ସୌଭାଗ୍ୟର ବିଷୟ । ମୁଁ ଏହି ଐତିହାସିକ ମୂହୂର୍ତ୍ତର ସାକ୍ଷୀ ହେବି ।
ଅଯୋଧ୍ୟାରେ ଜୋରସୋରରେ ଚାଲିଛି ରାମ ମନ୍ଦିର ନିର୍ମାଣ କାମ । ଉଦଘାଟନ ସହ ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯିବ । ଆଉ ମନ୍ଦିର ଖୋଲିବାର କିଛି ମାସ ମଧ୍ୟରେ ଲକ୍ଷ ଲକ୍ଷ ଭକ୍ତ ରାମଲାଲାଙ୍କ ଦର୍ଶନ କରିବେ ବୋଲି ଆଶା କରାଯାଉଛି ।
ତିନି ମହଲା ବିଶିଷ୍ଟ ଅଯୋଧ୍ୟା ରାମ ମନ୍ଦିର ତଳ ମହଲାର ନିର୍ମାଣ କାର୍ଯ୍ୟ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ଏବଂ ଜାନୁୟାରୀ ୨୨ରେ ପ୍ରାଣପ୍ରତିଷ୍ଠା ହେବ । ଏନେଇ ତାରିଖ ଘୋଷଣା ପରେ ଦେଶବ୍ୟାପୀ ଉତ୍ସାହ ଦେଖିବାକୁ ମିଳିଛି । ତେବେ ପ୍ରତିଷ୍ଠା ବେଳେ ଅଧିକ ଲୋକଙ୍କୁ ନଯିବାକୁ ପରାମର୍ଶ ଦିଆଯାଇଛି ।
ଅଗଷ୍ଟ ୫ତାରିଖ ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ଭୂମି ପୂଜନ କରିଥିଲେ । ରୁପା ଇଟାରେ ଅଯୋଧ୍ୟା ରାମ ମନ୍ଦିରର ଶିଳାନ୍ୟାସ କରିଥିଲେ ମୋଦୀ । ବିଧି ଅନୁସାରେ ଏକ ରୁପା ଇଟାରେ ରାମ ମନ୍ଦିରର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ହେଲେ ମନ୍ଦିରର ଭିତିପ୍ରସ୍ତର ନିର୍ମାଣ ପାଇଁ ସାରା ବିଶ୍ୱରୁ ଭକ୍ତମାନେ ପଠାଇଥିବା ଇଟା ହିଁ ବ୍ୟବହାର ହୋଇଛି ।