ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତକୁ ଝଟକା । ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ମ୍ୟାଚ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

292

କନକ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨୯ ତାରିଖରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ ପାଇଁ ଲକ୍ଷେ୍ମøରେ ପହଂଚିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ସହ ଟିମର ଖେଳାଳିମାନେ ଲକ୍ଷେ୍ମøରେ ପହଂଚିଛନ୍ତି । ଭାରତ ଲଗାତାର ୫ ମ୍ୟାଚ ଜିତିସାରିଥିବା ବେଳେ ଆଗାମୀ ମ୍ୟାଚ ଇଂଲଣ୍ଡ ସହ ଖେଳିବ । କିନ୍ତୁ ମ୍ୟାଚ ପୂର୍ବରୁ ଭାରତରୁ ବଡ଼ ଝଟକା ଲାଗିଛି । ଅଲରାଓଣ୍ଡର ହାର୍ଦିକ ପାଣ୍ଡ୍ୟା ଇଂଲଣ୍ଡ ମ୍ୟାଚରେ ଖେଳିବେ ନାହିଁ ବୋଲି ସୂଚନା ମିଳିଛି ।

ଆଣ୍ଠରୁ ଆଘାତ ଯୋଗୁ ହାର୍ଦିକ ଆହୁରି କିଛି ମ୍ୟାଚ ଖେଳିବେ ନାହିଁ ବୋଲି କୁହାଯାଉଛି । କିନ୍ତୁ ସେମିଫାଇନାଲ ବେଳକୁ ସେ ସୁସ୍ଥ ହୋଇଯିବା ଆଶା କରାଯାଉଛି । ତେବେ ପାଣ୍ଡ୍ୟାଙ୍କ ବଦଳରେ କାହାକୁ ଟିମରେ ସାମିଲ କରାଯିବ ତାକୁ ନେଇ ଚିନ୍ତାରେ ପଡିଯାଇଛି ଟିମ ଇଣ୍ଡିଆ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦିକଙ୍କ ବଦଳରେ ଟିମରେ ଦୁଇଟି ପରିବର୍ତନ କରାଯାଇଥିଲା । ମହମ୍ମଦ ସାମିଙ୍କୁ ବୋଲର ଭାବେ ସାମିଲ କରାଯାଇଥିବା ବେଳେ ବ୍ୟାଟର ଭାବେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଥିଲା । ସାମି ଭଲ ବୋଲିଂ କରି ୫ ଟି ୱିକେଟ ମଧ୍ୟ ନେଇଥିଲେ । କିନ୍ତୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କୁ ଟିମରେ ସାମିଲ କରାଯାଇନପାରେ ।

ଲକ୍ଷେ୍ମø ପିଚ ସ୍ଲୋ ବୋଲରଙ୍କୁ ସୁହାଉଥିବାରୁ ସାମିଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ୱୀନୀଙ୍କୁ ଟିମରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି । ଯଦି ବ୍ୟାଟିଂରେ ଭାରତର ବିପର୍ଯ୍ୟୟ ଘଟେ ତେବେ ୮ ନମ୍ବରରେ ଅଶ୍ୱୀନୀ ବ୍ୟାଟିଂ ମଧ୍ୟ କରିପାରିବେ । ତେଣୁ ତାଙ୍କୁ ଟିମରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି ।