୨୦୨୪ ଲୋକସଭା ନିର୍ବାଚନରେ ମତଦାନ କରିବେ ୧୦୦ କୋଟିରୁ ଅଧିକ ଲୋକ: ପି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୂଚନା

133

କନକ ବ୍ୟୁରୋ: ଆସନ୍ତା ବର୍ଷ ସାଧାରଣ ନିର୍ବାଚନ । ଦେଶ ପାଳିବ ଗଣତନ୍ତ୍ରର ମହୋତ୍ସବ । ଆଗାମୀ ନିର୍ବାଚନରେ ୧୦୦କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଗଣତନ୍ତ୍ରର ଇତିହାସରେ ଏହା ରେର୍କଡ ସୃଷ୍ଟି କରିବ ବୋଲି ନୂଆଦିଲ୍ଲୀର ଯଶୋଭୂମିରେ ଦୁଇ ଦିନିଆ ପି-୨୦ ସମ୍ମିଳନୀର ଉଦଘାଟନ ଅବସରରେ କହିଛନ୍ତି ମୋଦି । ୨୦୧୯ ସାଧାରଣ ନିର୍ବାଚନରେ ୯୦କୋଟି ଭୋଟର ସାମିଲ ହୋଇଥିବା ବେଳେ ୨୦୨୪ ନିର୍ବାଚନରେ ଏହି ସଂଖ୍ୟା ୧୦୦କୋଟି ଟପିବ । ଇଭିଏମ ମେସିନ ଯୋଗୁ ନିର୍ବାଚନ ପ୍ରକ୍ରିୟାରେ ସ୍ୱଛତା ଆସିବା ସହ ଅଧିକରୁ ଅଧିକ ଭୋଟର ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତୀୟ ଗଣତନ୍ତ୍ର ହେଉଛି ବିଶ୍ୱରେ ସର୍ବବୃହତ । ଦିନକୁ ଦିନ ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ଭୋଟର ସାମିଲ ହେଉଛନ୍ତି । ସେହିପରି ଅଧିକରୁ ଅଧିକ ରାଜନୈତିକ ଦଳ ମଧ୍ୟ ନିର୍ବାଚନରେ ଭାଗ ନେଉଥିବା ବେଳେ ଏହି ପ୍ରକ୍ରିୟାରେ ସରକାରୀ ଅଧିକାରୀ ମାନଙ୍କ ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାବର୍ଷ ଭାରତୀୟ ନିର୍ବାଚନ ପ୍ରକ୍ରିୟା ଦେଖିବାକୁ ଭାରତ ଆସିବାକୁ ପିଏମ ମୋଦି ପି-୨୦ ସମ୍ମିଳନୀରେ ଯୋଗ ଦେଇଥିବା ଅତିଥିଙ୍କୁ ନିମନ୍ତ୍ରଣ କରିଛନ୍ତି ।