ରେଳ ଧାରଣାରେ ଫାଟ ଯୋଗୁଁ ହୋଇଥିଲା ବିହାର ବକ୍ସର ରେଳ ଦୁର୍ଘଟଣା: ପ୍ରାଥମିକ ତଦନ୍ତ ପରେ ସାମ୍ନାକୁ ଆସିଲା ତଥ୍ୟ

310

କନକ ବ୍ୟୁରୋ: ଧାରଣାରେ ଫାଟ ଯୋଗୁ ଘଟିଲା ବିହାର ବକ୍ସର ରେଳ ଦୁର୍ଘଟଣା । ପ୍ରାଥମିକ ତଦନ୍ତ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଦୁର୍ଘଟଣାକୁ ନେଇ ପୂର୍ବତଟ ରେଳପଥ ପକ୍ଷରୁ ତଦନ୍ତ କରାଯାଉଛି । ଏନେଇ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିନଥିବା ବେଳେ ପ୍ରାଥମିକ ରିପୋର୍ଟରୁ ଧାରଣାରେ ଫାଟ ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ୧୧ତାରିଖ ବିଳମ୍ବିତ ରାତିରେ ବିହାର ବକ୍ସର ଜିଲ୍ଲା ରଘୁନାଥପୁର ରେଳ ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୨୩ଟି କୋଚ ଧାରଣାରୁ ବାହାରିଯାଇଥିବା ବେଳେ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଓ ଶତାଧିକ ଲୋକ ଆହତ ହୋଇଥିଲେ । ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କମିଶନ ଅଫ ରେଲୱେ ସେଫଟି ପକ୍ଷରୁ ଦୁର୍ଘଟଣାର ତଦନ୍ତ କରାଯାଉଛି । ଧାରଣାରେ ଫାଟ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ତଦନ୍ତ କରୁଥିବା ଦୁଇ ଅଧିକାରୀ ସୂଚନା ଦେଇଛନ୍ତି ।