ଜୁଲାଇ ୧୮ ତାରିଖରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଆଜିଠାରୁ ଅର୍ନିର୍ଦ୍ଧିଷ୍ଠ କାଳ ପାଇଁ ସ୍ଥଗିତ, ଶେଷ ଦିନରେ ଆଇପିସି ଓ ସିଆରପିସି ବିଲ୍ ଉପସ୍ଥାପନ

142

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ତାରିଖରେ ଆରମ୍ଭ ହୋଇଥିଲା ଓ ଆଜି ଅର୍ଥାତ ଅଗଷ୍ଟ ୧୧ ତାରିଖରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ସ୍ଥଗିତ ରଖାଯାଇଛି । ୨୨ ଦିନର ଏହି ଅବଧୀ ମଧ୍ୟରେ ମୋଟ ୧୬ଟି ବୈଠକ ଅନୁଷ୍ଠିତ ହୋଇଛି । ହେଲେ ୧୮ ଜୁଲାଇରୁ ଅଗଷ୍ଟ ୧୨ ତାରିଖ ମଧ୍ୟରେ ୧୮ଟି ବୈଠକ ଅନୁଷ୍ଠିତ ହେବାର ଥିଲା ।

ମୌସୁମୀ ଅଧିବେଶନରେ ଲୋକସଭାରେ ମୋଟ ୭ ବିଧେୟକ ଓ ରାଜ୍ୟସଭାରେ ୫ଟି ବିଧେୟକ ପାରିତ ହୋଇଛି । ଏହି ଅଧିବେଶନ କାଳରେ ସଂସଦର ଉଭୟ ଗୃହରେ ମୋଟ ୫ଟି ବିଧେୟକ ପାରିତ ହୋଇଛି ।

ସବୁଠାରୁ ବଡ କଥା ହେଉଛି କି ୨୦୧୮ ପରେ ମୋଦୀ ସରକାରଙ୍କ ବିରୋଧରେ ଚଳିତ ଅଧିବେଶନରେ ମଣିପୁର ପ୍ରସଙ୍ଗକୁ ନେଇ ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ । ଏହି ଅବିଶ୍ୱାସ ପ୍ରସ୍ତାବ ଉପରେ ବିରୋଧୀ ଦଳର ସାଂସଦ ଓ ସରକାରୀ ଦଳର ସାଂସଦଙ୍କ ମଧ୍ୟରେ ଅନେକ ବିତର୍କ ହୋଇଥିଲା । ଶେଷରେ ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ମଣିପୁର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । ଏହାପରେ ବାଚନିକ ଭୋଟରେ ଅବିଶ୍ୱାସ ପ୍ରସ୍ତାବ କାଟ୍ ଖାଇଥିଲା ।

ସେହିଭଳି ସାଂସଦ ପଦରୁ ନିଲମ୍ବିତ ହୋଇଥିବା କଂଗ୍ରେସ ନେତା ଚଳିତ ଅଧିବେଶନ ଚାଲିଥିବା ବେଳେ ପୁଣି ଥରେ ସାଂସଦ ପଦ ଫେରିପାଇଥିଲେ ।