ପାକିସ୍ତାନରେ କେମିତି ସାଧାରଣ ନିର୍ବାଚନ ହୁଏ ?

ପ୍ରଧାନମନ୍ତ୍ରୀ ବାଛିବା ପ୍ରକ୍ରିୟା କିପରି ହୋଇଥାଏ ?

120

 

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନ୍ୟାସନାଲ ଆସେମ୍ବ୍ଲିକୁ ଭଙ୍ଗ କରିଦେଇଛନ୍ତି। ପାକିସ୍ତାନର ସମ୍ବିଧାନ ଅନୁଯାୟୀ ନିର୍ବାଚନ ଆୟୋଗ ଆଗାମୀ ୯୦ ଦିନ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ କରିବାକୁ ବାଧ୍ୟ। ଶାହାବାଜ ସରକାରଙ୍କ ପତନ ପରେ ବର୍ତ୍ତମାନ କାର୍ଯ୍ୟନିର୍ବାହୀ ସରକାର ଦେଶର ଦାୟିତ୍। ଗ୍ରହଣ କରିବେ। ଆସନ୍ତୁ ଜାଣିବା  କେୟାର ଟେକର ସରକାରଙ୍କ ଭୂମିକା କ’ଣ ? ଏବଂ ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା କ’ଣ ?

ବୁଧବାର (ଅଗଷ୍ଟ 9) ବିଳମ୍ବିତ ରାତିରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ସଂସଦ (ନ୍ୟାସନାଲ ଆସେମ୍ବ୍ଲି ) ଭଙ୍ଗ କରିଛନ୍ତି। ରାଷ୍ଟ୍ରପତି ଆରିଫ ଅଲଭି ମଧ୍ୟରାତ୍ରିରେ ଏହାକୁ ଅନୁମୋଦନ କରିଛନ୍ତି ।

ଗୋଟିଏ ପଟେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ ଜେଲରେ ଅଛନ୍ତି। ଅନ୍ୟପକ୍ଷରେ ଆସନ୍ତା ତିନି ମାସ ମଧ୍ୟରେ ସେଠାରେ ସାଧାରଣ ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଉଛି। ଏହାର ପାଞ୍ଚ ବର୍ଷର କାର୍ଯ୍ୟକାଳ ସମାପ୍ତ ହେବାର ତିନି ଦିନ ନ୍ୟାସନାଲ ଆସେମ୍ବ୍ଲିକୁ ଭଙ୍ଗ କରାଯାଇଅଛି । ଏହା ପଛରେ ଶାହବାଜ ସରିଫଙ୍କ ଉଦ୍ଦେଶ୍ୟ ହେଉଛି ଯେ ତାଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ (ନୱାଜ) ଏବଂ ଅନ୍ୟ ରାଜନୈତିକ ଦଳଗୁଡିକ ନିର୍ବାଚନ ପ୍ରସ୍ତୁତି ପାଇଁ ଅଧିକ ସମୟ ପାଇପାରିବେ ।

୯୦ ଦିନ ଭିତରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ |

ପାକିସ୍ତାନର ସମ୍ବିଧାନ ଅନୁଯାୟୀ ଯଦି ନ୍ୟାସନାଲ ଆସେମ୍ବ୍ଲି ତାର କାର୍ଯ୍ୟକାଳ ସମ୍ପୂର୍ଣ କରେ, ତେବେ ନିର୍ବାଚନ ଆୟୋଗ ଦୁଇ ମାସ ମଧ୍ୟରେ ଦେଶରେ ନୂତନ ନିର୍ବାଚନ କରିବେ। ଅନ୍ୟପକ୍ଷରେ, ଯଦି କାର୍ଯ୍ୟକାଳ ପୂରଣ ନକରି ଏହାକୁ ମଝିରୁ  ଭଙ୍ଗ କରାଯାଏ, ତେବେ ୯୦ ଦିନ ମଧ୍ୟରେ ନିର୍ବାଚନ ଆୟୋଗଙ୍କୁ ଦେଶରେ ସାଧାରଣ  ନିର୍ବାଚନ କରିବାକୁ ପଡିବ। ଅର୍ଥାତ୍ ବର୍ତ୍ତମାନ ପାକିସ୍ତାନର ରାଜନୈତିକ ଦଳଗୁଡିକ ନିର୍ବାଚନ ପାଇଁ ଅତିରିକ୍ତ ୩୦ ଦିନ ପାଇବେ।

ବର୍ତ୍ତମାନ ପାକିସ୍ତାନରେ କେୟାର ଟେକର ସରକାର

ପାକିସ୍ତାନ ସମ୍ବିଧାନର ଧାରା 52 ଅନୁଯାୟୀ, ସରକାର ପାଞ୍ଚ ବର୍ଷ ପୂରଣ କରିବା ପରେ ଜାତୀୟ ସଭା(ନ୍ୟାସନାଲ ଆସେମ୍ବ୍ଲି)କୁ ଭଙ୍ଗ କରିବା ଆବଶ୍ୟକ। ସଂସଦ ଭଙ୍ଗ କରିବା ଅର୍ଥ ହେଉଛି ଦେଶରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ସହିତ, ଧାରା 58 ଅନୁଯାୟୀ, ଯଦି ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସୁପାରିଶ କ୍ରମେ 48 ଘଣ୍ଟା ମଧ୍ୟରେ ଜାତୀୟ ସଭାକୁ ବିଲୋପ ନକରନ୍ତି, ତେବେ ନିୟମ ଅନୁସାରେ ଜାତୀୟ ସଭା ନିଜକୁ ନିଜେ ବିଲୋପ ହୋଇଯାଏ । କେୟାର ଟେକର ସରକାର କଣ  ?ଆସନ୍ତୁ ଜାଣିବା ଜଣେ କେୟାର ଟେକର ସରକାର କ’ଣ । ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ପାକିସ୍ତାନରେ ନୂତନ ସରକାର ଗଠନ ନହେବା ପର୍ଯ୍ୟନ୍ତ କେବଳ ତଦାରଖକାରୀ ସରକାର ଦେଶର ବୁଝାସୁଝା କରିବେ । ଦେଶରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଏହି ସରକାର ଏକ ଅନୁକୂଳ ପରିବେଶ ସୃଷ୍ଟି କରିବେ। ଏହି କେୟାର ଟେକର ସରକାରରେ ପ୍ରଧାନମନ୍ତ୍ରୀ ମଧ୍ୟ ନିଯୁକ୍ତି ହୁଅନ୍ତି । ନ୍ୟାସନାଲ ଆସେମ୍ବ୍ଲି ପ୍ରଧାନମନ୍ତ୍ରୀ ତଥା ବିରୋଧୀ ଦଳର ନେତାଙ୍କ ସହମତି ଅନୁଯାୟୀ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ନାମ ରାଷ୍ଟ୍ରପତିଙ୍କୁ ସୁପାରିଶ କରାଯାଏ । ଏହି ସୁପାରିଶ ମାଧ୍ୟମରେ ରାଷ୍ଟ୍ରପତି ତାଙ୍କ ଅନୁମୋଦନ ଦିଅନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସହିଦ ଖକାନ ଅବ୍ବାସି ଏବଂ ବାଲୁଚିସ୍ତାନର ସ୍ୱାଧୀନ ସାଂସଦ ଅସଲମ ଭୁଟାନୀଙ୍କ ନାମ କେୟାରଟେକର ପ୍ରଧାନମନ୍ତ୍ରୀ ପଦ ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛି । କେୟାର ଟେକର ସରକାର କ’ଣ କଣ କରିପାରିବେ ?ଦେଶକୁ ନିୟମିତ ଚଳାଇବା ପାଇଁ କାର୍ଯ୍ୟ କରିବ |ନିର୍ବାଚନ ପାଇଁ ଦେଶରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବେ  |ଦେଶର ସମସ୍ତ ରାଜନୈତିକ ଦଳ ପ୍ରତି ନିରପେକ୍ଷ ରହି କାର୍ଯ୍ୟକରିବେ। କେୟାର ଟେକର ସରକାର କ’ଣ କଣ କରିପାରିବେନି  ?ଦେଶର ପ୍ରମୁଖ ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ |ଆନ୍ତର୍ଜାତୀୟ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ |ଆନ୍ତର୍ଜାତୀୟ ବାର୍ତ୍ତା/ସମ୍ମିଳନୀରେ ଭାଗ ନେଇପାରିବେ ନାହିଁ |ଆନ୍ତର୍ଜାତୀୟ ବାଧ୍ୟତାମୂଳକ ଡକ୍ୟୁମେଣ୍ଟରେ ଦସ୍ତଖତ କରିପାରିବେ ନାହିଁ |ଦେଶର ପ୍ରମୁଖ ସରକାରୀ କର୍ମଚାରୀଙ୍କୁ  ସ୍ଥାନାନ୍ତର କରିପାରିବେ ନାହିଁ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ବାଛିବା  ପ୍ରକ୍ରିୟା କିପରି ହୁଏ ?

ଯେପରି ଭାରତରେ ଲୋକସଭାର ସଦସ୍ୟମାନଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହୁଏ, ସେହିପରି ପାକିସ୍ତାନରେ ଜାତୀୟ ସଭାର ସଦସ୍ୟମାନଙ୍କ ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୁଏ | ବର୍ତ୍ତମାନ ଜାତୀୟ ସଭାରେ ୩୪୨ ଟି ଆସନ ଅଛି, ସେଥିମଧ୍ୟରୁ ୨୪୩ ଟି ନିର୍ବାଚିତ ହୁଏ ଏବଂ ଅବଶିଷ୍ଟ୭୦ ଟି ମହିଳା ଏବଂ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ । ପାକିସ୍ତାନର ପାରମ୍ପାରିକ ତଥା ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ୧୦ ଟି ସିଟ୍ ସଂରକ୍ଷିତ ଅଟେ ।

ପାକିସ୍ତାନର ସଂସଦକୁ ‘ମଜଲିସ୍-ଏ –ଶୁରା’ ଏବଂ ନିମ୍ନ ଗୃହ ଅର୍ଥାତ୍ ଜାତୀୟ ସଭାକୁ ‘କୌମି  ବିଧାନସଭା’ କୁହାଯାଏ। ଯେଉଁଠାରେ ଉପର ଗୃହ ଅର୍ଥାତ୍ ସିନେଟକୁ ‘ଆଇୱାନ୍-ଏ ବାଲା’ କୁହାଯାଏ । ଜାତୀୟ ସଭା୯ ନ୍ୟାସନାଲ ଆସେମ୍ବ୍ଲି)ର ସଦସ୍ୟମାନେ ସେମାନଙ୍କର ନେତା କିପରି ବାଛନ୍ତି ?ଆସନ୍ତୁ ଜାଣିବା ଜାତୀୟ ସଭାର ସଦସ୍ୟମାନେ ସେମାନଙ୍କର ନେତା କିପରି ଚୟନ କରନ୍ତି। ବାସ୍ତବରେ ପାକିସ୍ତାନ ଏକ ଇସଲାମିକ ଗଣତନ୍ତ୍ର ।  ତେଣୁ କେବଳ ଜଣେ ନେତା ଯିଏ ମୁସଲମାନ ଧର୍ମରେ ବିଶ୍ୱାସ କରନ୍ତି ସେ’ହିଁ  ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ। ରାଷ୍ଟ୍ରୀୟ ସଭାର ନେତା ବାଛିବା ପାଇଁ ପ୍ରଥମେ ବାଚସ୍ପତିଙ୍କ ନିର୍ଦ୍ଦେଶରେ ଘଣ୍ଟି ବଜାଇ ସମସ୍ତ ସଦସ୍ୟ ମାନଙ୍କୁ ଚାମ୍ବରକୁ ଡକାଯାଇଥାଏ । ଏହା ପରେ ବିଧାନସଭାର କବାଟ ବନ୍ଦ କରି ଦିଆଯାଏ ।  ବିଧାନସଭାର କବାଟ ବନ୍ଦ ହେବା ପରେ କୌଣସି ସଦସ୍ୟ ବିଧାନସଭାରେ ପ୍ରବେଶ କିମ୍ବା ପ୍ରସ୍ଥାନ କରିପାରିବେ ନାହିଁ।ମତଦାନ ପରେ ତୁରନ୍ତ ଗଣନା ଆରମ୍ଭ ହୁଏ । ଏହାପରେ ବାଚସ୍ପତି ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କ ନାମ ଘୋଷଣା କରନ୍ତି । ନାମ ଘୋଷଣା ପରେ ପରେ ତୁରନ୍ତ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ମତଦାନ ପରେ ସମସ୍ତ ସଦସ୍ୟମାନଙ୍କୁ ଚାମ୍ବରରୁ ବାହାର କରିଦିଆଯାଏ ଏବଂ ତୁରନ୍ତ ଗଣନା ଆରମ୍ବ କରାଯାଏ । ଗଣତି ସମୟରେ କୌଣସି ବି ମେମ୍ବରଙ୍କୁ ଭିତରକୁ ଆସିବା ପାଇଁ ଦିଆଯାଏ ନାହିଁ । ଗଣତି ପରେ ପରେ ପୁନର୍ବାର ଦୁଇ ମିନିଟ ପାଇଁ ଘଣ୍ଟି ବଜାଯାଇ ମେମ୍ବର ମାନଙ୍କୁ ଭିତରକୁ ଡକାଯାଏ । ଏହାପରେ ବାଚସ୍ପତି ଫଳାଫଳ ଘୋଷଣା କରନ୍ତି ।